୯ ବର୍ଷ ପରେ ପୁଣି ବଡ଼ ପରଦାରେ ରି-ରିଲିଜ୍ ହେଲା ଚଳଚ୍ଚିତ୍ର ‘ସନମ୍ ତେରୀ କସମ୍’। ୨୦୧୬ ଫେବୃଆରୀ ୫ରେ ମୁକ୍ତିଲାଭ କରିଥିଲା ହର୍ଷବର୍ଦ୍ଧନ ରାଣେ ଓ ମାୱରା ହୁସେନଙ୍କ ରୋମାଣ୍ଟିକ ଡ୍ରାମା ‘ସନମ୍ ତେରୀ କସମ୍’ କିନ୍ତୁ ଏହା ବକ୍ସ ଅଫିସରେ ଫ୍ଲପ୍ ହୋଇଯାଇଥିଲା। ଏବେ ୯ ବର୍ଷ ପରେ ଏହି ଫିଲ୍ମକୁ ପୁଣିଥରେ ରିଲିଜ୍ କରାଯାଇଛି। ଆଶ୍ଚର୍ଯ୍ୟର କଥା ଯେ ଫିଲ୍ମ ରି-ରିଲିଜରେ ହିଟ୍ ହୋଇଛି। ‘ସନମ୍ ତେରୀ କସମ୍’ ଏହାର ମୂଳ ରିଲିଜର ମୋଟ ସଂଗ୍ରହଠାରୁ ଅଧିକ ରୋଜଗାର କରୁଛି ।
୨୦୧୬ରେ ଯେତେବେଳେ ଏହି ଚଳଚ୍ଚିତ୍ର ପ୍ରଥମ ଥର ପାଇଁ ମୁକ୍ତିଲାଭ କରିଥିଲା, ଏହାର ମୋଟ ସଂଗ୍ରହ ଥିଲା ୯.୧୧ କୋଟି ଟଙ୍କା । ହେଲେ ଏବେ ରି-ରିଲିଜ୍ ହେବା ପରେ ମାତ୍ର ୪ ଦିନରେ ଏହା ବିପୁଳ ପରିମାଣର ରୋଜଗାର କରି ହଇଚଇ ସୃଷ୍ଟି କରିଛି। ଦର୍ଶକମାନେ ମଧ୍ୟ ଫିଲ୍ମଟି ଦେଖି ବେଶ୍ ଉତ୍ସାହିତ ହେବା ସହିତ ଫିଲ୍ମଟି କୁ ଦେଖି ଅଧିକାଂଶ ଦର୍ଶକଙ୍କର ଆଖିରୁ ଲୁହ ଚାଲି ଆସିଛି।