ଅନୁଗୁଳ: ମହିଳାଙ୍କୁ ଅସଦାରଚଣକୁ ନେଇ ଜଣେ ନାବାଳକ ଉପରେ ହୋଇଛି ଗୁଳି ମାଡ଼ । ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା ସାନ କେରଜାଙ୍ଗ ଗାଁ ଗୋଛୟତ ସାହିରେ ଏହି ଘଟଣା ଘଟିଛି । ନାବାଳକକୁ ପ୍ରଥମେ ଅନୁଗୁଳ ମେଡ଼ିକାଲର ଭର୍ତ୍ତି କରାଯିବା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ରାତିରେ ଜଣେ ମହିଳା ଘରେ ଝଗଡ଼ା କରି ଘରୁ ବାହାରି ଚାଲି ଚାଲି ଯାଉଥିଲେ । ଏହି ସମୟରେ କିଛି ଯୁବକଙ୍କ ତାଙ୍କୁ ଅସଦାଚରଣ କରିଥିଲେ । ମହିଳାଙ୍କ ପଛେ ପଛେ ଆସୁଥିବା ତାଙ୍କ ପରିବାର ଲୋକ ପ୍ରତିବାଦ କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ପରେ ସେହି ଅସମାଜିକ ଯୁବକ ଆସି ଅତର୍କିତ ଗୁଳି ଚାଳନା କରିଥିଲେ । ଗୁଳିଟି ନାବାଳକର ଜଙ୍ଘରେ ବାଜି ଥିଲା । ତାକୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ ଏସସିବିକୁ ସ୍ଥାନାନ୍ତର୍ କରାଯାଇଥିଲା । ନାବାଳକ ଏବେ ବିପଦ ମୁକ୍ତ ରହିଛି ।
ତେବେ ଏ ନେଇ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।