୬୩ ବର୍ଷ ବୟସରେ ପାଦ ରଖିଲେ ତେଲୁଗୁ ଫିଲ୍ମ ସୁପରଷ୍ଟାର ଜଗଦୀଶ ବାବୁ। ଜନ୍ମ ଦିନରେ ଜଗଦୀଶ ବାବୁଙ୍କ ପାଇଁ ଫ୍ୟନ୍ସଙ୍କ ତରଫରୁ ଛୁଟିଛି ଶୁଭେଚ୍ଛାର ସୁଅ। ହାତରେ ଫୁଲତୋଡ଼ା ଏବଂ କେକ ଧଟି ପ୍ୟାନ୍ସମାନେ ଜଗଦୀଶ ଘରେ ସକାଳୁ ସକାଳୁ ଆସି ପହଂଚିଥିଲେ। ତେବେ ଜଗଦୀଶ ନିଜ ୬୩ ତମ ଜନ୍ମଦିନ ବେଶ୍ ଉତ୍ସାହର ସହିତ ନିଜ ପରିବାର ଏବଂ ନିଜ ଫ୍ୟାନ୍ସଙ୍କ ସହିତ ପାଳନ କରିଛନ୍ତି।
ଜଗଦୀଶ ବାବୁଙ୍କ ଜନ୍ମ ୧୨ ଫେବୃଆରୀ ୧୯୬୨ରେ ମଛଲିପଟନମରେ ହୋଇଥିଲା। ଜଗଡିଶଙ୍କ ପିତା ଜଣେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଥିଲେ। ପିଲାଦିନରୁ ଜଗଦୀଶଙ୍କର ଅଭିନୟ ପ୍ରତି ଆଗ୍ରହ ରହିଥିଲା। ଏଥିପାଇଁ ସେ ପାଠପଢା ଅପେକ୍ଷା ଅଭିନୟକୁ ଅଧିକ ଗୁରୁତ୍ବ ଦେଉଥିଲେ। ତେଲୁଗୁ ସିନେମାରେ କାମ କରିବା ପୂର୍ବରୁ ସେ ତାମିଲନାଡୁର ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏପରିକି ସେ ତାମିଲ,କନ୍ନଡ,ମାଲାୟଲମ ଏବଂ ହିନ୍ଦୀ ଆଦି ସମସ୍ତ ଚାଳଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ତାଙ୍କ ଅଭିନୟ ପାଇଁ ଜଗଦୀଶ ଫିଲ୍ମଫେୟାର ପୁରସ୍କାରରେ ପୁରସ୍କୃତ ହୋଇଥିଲେ।