ଉତ୍ତରପ୍ରଦେଶ: ପ୍ରୟାଗରାଜରେ ଚାଲିଛି ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା । ସଙ୍ଗମରେ ବୁଡ ପକେଇବା ପାଇଁ ଦେଶ ତଥା ବିଦେଶରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ । ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଉଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ଏହାରି ଭିତରେ ଗତକାଲି ସୁଦ୍ଧା ୫୦ କୋଟି ଲୋକେ ବୁଡ଼ ପକାଇସାରିଲେଣି । ଏନେଇ ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଏକ ସଭାରେ ଯୋଗ ଦେବା ଅବସରରେ ଯୋଗୀ କହିଛନ୍ତି, ଏ ହେଉଛି ନୂଆ ଉତ୍ତରପ୍ରଦେଶ । ଉତ୍ତରପ୍ରଦେଶର ଜନସଂଖ୍ୟା ହେଉଛି ୨୫ କୋଟି । ହେଲେ ରାଜ୍ୟର ଜନସଂଖ୍ୟାର ୨ ଗୁଣା ଏଠାକୁ ଆସି ବୁଡ଼ ପକାଇସାରିଲେଣି । ଏହା ହେଉଛି ନୂଆ ଉତ୍ତରପ୍ରଦେଶର କରିସ୍ମା । ସମାଜବାଦୀ ପାର୍ଟି ଅଖିଳେଶ ଯାଦବଙ୍କୁ କଡ଼ା ସମାଲୋଚନା କରି ଯୋଗୀ କହିଛନ୍ତି, ‘କିଛି ଲୋକେ ଏଠାକୁ ଲୁଚି ଛପି ଆସି ବୁଡ଼ ପକାଇଛନ୍ତି, ହେଲେ ଲୋକଙ୍କୁ କହି ବୁଲୁଛନ୍ତି ବୁଡ଼ ନ ପକାଇବା ପାଇଁ । କରୋନ ଭାଇରାସର ଉଦାହରଣ ଦେଇ ଯୋଗୀ କହିଛନ୍ତି, ଏ ହେଉଛନ୍ତି ସେଇ ଲୋକେ, ଯିଏ ନିଜକୁ କରୋନା ଭାଇରସରୁ ରକ୍ଷା ପାଇଁ ଭ୍ୟାକସିନ୍ ଲଗାଇ, ଲୋକଙ୍କୁ ନ ଲଗାଇବାକୁ ପ୍ରବତ୍ତାଉଥିଲେ’ ।
ଅଧିକ ପଢନ୍ତୁ: ବୋର୍ଡ ପରୀକ୍ଷା ପାଇଁ ବିଦ୍ୟାର୍ଥୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ ଦୀପିକା ପାଦୁକୋନ; ବଢାଇଲେ ମନୋବଳ, କହିଲେ ଚାପ ମୁକ୍ତ ହେଲେ କରିବ ଭଲ ପ୍ରଦର୍ଶନ
ଆଜି ମାଘ ପୂର୍ଣ୍ଣିମା ପାଇଁ ଜନସମୁଦ୍ର ପାଲଟିଛି ସଙ୍ଗମତଟ । ପଞ୍ଚମ ଅମୃତ ସ୍ନାନ ପାଇଁ କୋଟି କୋଟି ଶ୍ରଦ୍ଧାଳୁ ଆସ୍ଥାର ମହାପର୍ବରେ ସାମିଲ ହୋଇ ପବିତ୍ର ବୁଡ଼ ପକାଇଛନ୍ତି । ଦିନ ୧୦ଟା ସୁଦ୍ଧା ଏଠାରେ ଦେଢ କୋଟିରୁ ଅଧିକ ଲୋକେ ବୁଡ଼ ପକାଇଛନ୍ତି ।