ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଦେଶରୁ ବ୍ୟାନ ହେଲା ୮୦୫ ଟି ଆପ୍ଲିକେସନ୍ ସହ ୩ହଜାର ୨୬୬ଟି ୱେବସାଇଟ୍ । ଏନେଇ ଗୃହମନ୍ତ୍ରୀ ଅମିତ ଶାହା ସଂସଦୀୟ ସମିତି ବୈଠକରେ ସୂଚନା ଦେଇଛନ୍ତି । ସାଇବର ସୁରକ୍ଷା ଏବଂ ସାଇବର ଅପରାଧ ଉପରେ ଗୃହମନ୍ତ୍ରାଳୟ ପକ୍ଷରୁ ହୋଇଥିବା ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ସେ ଏହି ସୂଚନା ଦେଇଛନ୍ତି ।
ଗୃହମନ୍ତ୍ରୀ କହିଛନ୍ତି, ଭାରତୀୟ ସାଇବର ଅପରାଧ ସମ୍ବନୟ କେନ୍ଦ୍ର (I4C) ପ୍ରୋଟାଲରେ ୧ଲକ୍ଷ ୪୩ ହଜାର ଏଫଆଇଆର ଦାଖଲ ହୋଇଛି । ଏବେ ସୁଦ୍ଧା ୧୯ କୋଟିରୁ ଅଧିକ ଲୋକ ଏହାର ସେବାରେ ଉପକୃତ ହୋଇଛନ୍ତି। ଭାରତର ଡିଜିଟାଲ ଭିତ୍ତିଭୂମି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଦେଶରେ ସାଇବର ଅପରାଧ ମଧ୍ୟ ସେହିଭଳି ବଢିବାରେ ଲାଗିଛି । ତେଣୁ ଦେଶରୁ ସାଇବର ଅପରାଧକୁ ରୋକିବା ଲକ୍ଷ୍ୟ ନେଇ ସାଇବର ନିରାପତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଜାତୀୟ ସୁରକ୍ଷା କାରଣରୁ ୮୦୫ଟି ଆପ ଏବଂ ୩୨୬୬ ଟି ୱେବସାଇଟ-ଲିଙ୍କକୁ ଅବରୋଧ କରାଯାଇଛି।
ଅଧିକ ପଢନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ନାଗରିକତା ଆଦେଶ ଯୋଗୁଁ ଅପ୍ରବାସୀ ହେବେ ପ୍ରଭାବିତ!
ଶାହା ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଏକ ପ୍ରମୁଖ ସାଇବର ନିରାପତ୍ତା ପଦକ୍ଷେପରେ ସରକାର ଜାତୀୟ ସୁରକ୍ଷା ଆଧାରରେ ୮୦୫ ଟି ଆପ୍ ଏବଂ ୩,୨୬୬ ରୁ ଅଧିକ ୱେବସାଇଟ୍ ଲିଙ୍କକୁ ସଫଳତାର ସହ ଅବରୋଧ କରିଛନ୍ତି ଏବଂ ୩୯୯ ଟି ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ବର୍ତ୍ତମାନ ଏହି ଉଦ୍ୟମରେ ଭାଗ ନେଇଛନ୍ତି। ଭାରତ ଏହାର ଡିଜିଟାଲ ରୂପାନ୍ତର ଜାରି ରଖିଥିବା ବେଳେ ଶୂନ ସାଇବର ଅପରାଧ ମାମଲାର ମୂଳ ଲକ୍ଷ୍ୟ ନେଇ ସାଇବର ନିରାପଦକୁ ସୁନିଶ୍ଚିତ କରିବାକୁ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ।