ନୂଆଦିଲ୍ଲୀ: ଆଗକୁ ଆସୁଛି ବୋର୍ଡ ପରୀକ୍ଷା । ଏଥିରେ ବିଦ୍ୟାର୍ଥୀ ମାନେ ପରୀକ୍ଷାରେ କିଭଳି ଚାପମୁକ୍ତ ହୋଇ ଭଲ ପ୍ରଦର୍ଶନ କରିବେ ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଏପିସୋଡ଼ରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଛାତ୍ରଛାତ୍ରୀଙ୍କ ସହ ଯୋଡ଼ି ହୋଇ ସିଧାସଳଖ ଆଲୋଚନା କରିବା ସହ ସେମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହାର ଅଷ୍ଟମ ସଂସ୍କରଣରେ ଅଂଶଗ୍ରହଣ କରି ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଛାତ୍ରଛାତ୍ରୀଙ୍କୁ କିଛି ଟିପ୍ସ ଦେଇଛନ୍ତି । ଛାତ୍ରଛାତ୍ରୀମାନଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ଶେୟାର କରିଛନ୍ତି। ଏଥିସହିତ ସେ ମାନସିକ ସ୍ତରରେ କିଭଳି ସୁସ୍ଥ ରହିବେ ଏବଂ ପରୀକ୍ଷା ସମୟର ଚାପକୁ କିପରି ପରିଚାଳନା କରିବେ ସେନେଇ ଟିପ୍ସ ଦେଇଛନ୍ତି ।
ଦୀପିକା ପାଦୁକୋନ କାର୍ଯ୍ୟକ୍ରମରେ ଦମଦାର ଏଣ୍ଟ୍ରି କରିବା ସହ ଛାତ୍ରଛାତ୍ରୀଙ୍କୁ ଏକ ସ୍ମିତହାସ୍ୟ ଦେଇ ସ୍ୱାଗତ କରିଥିଲେ । ଏଥିସହ ସେ ନିଜ ପିଲାଦିନର ମଜାଦାର କାହାଣୀ କହିଥିଲେ । ଦୀପିକା କହିଥିଲେ, ପରୀକ୍ଷା ନାଁ ଶୁଣିଲେ ଆମେ ସମସ୍ତେ ଚାପ ଅନୁଭବ କରୁ। ମୁଁ ଗଣିତରେ ବହୁତ ଦୁର୍ବଳ ଥିଲି, ଏବେ ବି ଅଛି! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ପୁସ୍ତକରେ କହିଛନ୍ତି , ଆମେ ସର୍ବଦା ଆମର ଭାବନାକୁ ପ୍ରକାଶ କରିବା ଉଚିତ୍ ନୁହେଁ କି ତାକୁ ଦବାଇବା, ଏହା କରିବା ପାଇଁ ଡାଏରୀ ଲେଖିବା ଏକ ଉତ୍ତମ ଉପାୟ।
ଅଧିକ ପଢନ୍ତୁ: ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ମହିଳାଙ୍କ ପାଇଁ ଆଣିଲେ ୱାର୍କଫର୍ମ ହୋମର ସୁବିଧା, ଏଣିକି ଘରୁ ବସି କାମ କରିବେ ରାଜ୍ୟର ମହିଳା
ଦୀପିକା ଆହୁରି କହିଛନ୍ତି ’ଚାପ ଅନୁଭବ କରିବା ସ୍ବାଭାବିକ ଏବଂ ଏହା ଜୀବନର ଏକ ଅଂଶ। ଆମେ ଏହାକୁ କିପରି ପରିଚାଳନା କରିବା ତାହା ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ଏବଂ ରେଜଲ୍ଟକୁ ନେଇ ଧେର୍ୟ୍ୟ ରଖିବା ନିହାତି ଜରୁରୀ। ଆମେ କେବଳ ତାହା କରିପାରିବା ଯାହା ଆମ ନିୟନ୍ତ୍ରଣରେ ଅଛି। ଆମେ ଭଲରେ ଶୋଇପାରିବା, ଠିକରେ ପାଣି ପିଇପାରିବା, ବ୍ୟାୟାମ କରିପାରିବା ଏବଂ ମେଡିଟେସନ କରିପାରିବା।”
‘ପରୀକ୍ଷା ପେ ଆଲୋଚନା’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତ୍ରୀ ଦୀପିକା।” ସେହିପରି କମ୍ପିଟିସନ୍ ଖରାପ ନୁହେଁ, କିନ୍ତୁ ଆପଣ ଆପଣଙ୍କର ଶକ୍ତିକୁ ଚିହ୍ନିବା ସହ ଆପଣଙ୍କର ଦୁର୍ବଳତା ଉପରେ କାମ କରିବା ନିହାତି ଗୁରୁତ୍ବପୂର୍ଣ୍ଣ ବୋଲି ଅଭିନେତ୍ରୀ ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଏହି ଏପିସୋଡ ଗୁଡିକୁ ଶିକ୍ଷା ମନ୍ତ୍ରଣାଳୟ, MyGov India ଏବଂ PM Modiର ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଦୂରଦର୍ଶନ ଚ୍ୟାନେଲରେ ଦର୍ଶକ ଦେଖିପାରିବେ।