ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ରାଜ୍ୟର ମହିଳା ଘରୁ ବସି କାମ କରିପାରିବେ । ଏଥିପାଇଁ ସରକାର ମହିଳାଙ୍କ ପାଇଁ ଆଣିଛନ୍ତି ୱାର୍କ ଫର୍ମ ହୋମର ସୁବିଧା । ରାଜ୍ୟରେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତି ନିଆଯାଇଛି । ମହିଳା ମାନେ କର୍ମକ୍ଷେତ୍ରକୁ ଯିବା ପରିବର୍ତ୍ତେ ଘରୁ କାମ କରିବାର ସୁଯୋଗ ପାଇବେ । ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଏବଂ ଗ୍ଲୋବାଲ୍ ଦକ୍ଷତା କେନ୍ଦ୍ର (ଜିସିସି) ନୀତି ୪.୦ ଅଧୀନରେ ଏହି ପଦକ୍ଷେପ ନିଆଯିବ।
ଯଦିଓ ମୁଖ୍ୟମନ୍ତ୍ରୀ ଏହି ଯୋଜନା କେବେଠୁ କାର୍ଯ୍ୟକାରୀ ହେବ ସେନେଇ କୌଣସି ସମୟସୀମା ନିର୍ଦ୍ଧାରଣ କରିନାହାନ୍ତି, ତଥାପି ଏହି ପଦକ୍ଷେପ କାର୍ଯ୍ୟକାରୀ ହେଲେ ମହିଳାଙ୍କ ପାଇଁ ଏକ ନୂଆ ମାର୍ଗ ଖୋଲିବ, ସେମାନେ ଏଥିରେ ବିଶେଷ ଭାବେ ଉପକୃତ ହୋଇପାରିବେ ।
ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହି ଘୋଷଣା କରିବା ସହ କହିଛନ୍ତି, କୋଭିଡ଼ ଆମ ସମସ୍ତଙ୍କୁ ବହୁତ କିଛି ଶିଖାଇଛି । ସେ ସମୟରେ ଅଧିକାଂଶ ସ୍ଥାନରେ ୱାର୍କ ଫର୍ମ ହୋମ ସୁବିଧା ଦିଆଯାଇଥିଲା । ବିଶେଷକରି ଟେକ୍ନୋଲୋଜୀ କ୍ଷେତ୍ରରେ ସମସ୍ତେ ଏହି ସୁବିଧାରେ ସହଜରେ କାମ କରୁଥିଲେ । କୋଭିଡ଼ ବେଳେ ୱାର୍କର୍ଫମ ହୋମ୍ ବେଶ୍ ପ୍ରସିଦ୍ଧ ଲାଭ କରିଛି । ପ୍ରଯୁକ୍ତିର ଉପଲବ୍ଧତା ଘରୁ କାମ କରିବାର ଧାରଣାକୁ ପ୍ରୋତ୍ସାହିତ କରିଛି। ତେଣୁ ଏବେ ଏହି ସୁବିଧା ରାଜ୍ୟରେ ବି ଉପଲବ୍ଧ ହେବ । ସମସ୍ତ ମହିଳା ଏଥିରେ ଉପକୃତ ହେବ । ମହିଳାଙ୍କ ସୁଯୋଗକୁ ସୁନିଶ୍ଚିତ କରିବାରେ ଆନ୍ଧ୍ରପ୍ରଦେଶ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଏପରି ହେବା ଦ୍ୱାରା ଟେକ୍ନୋଲୋଜି, ଗଣିତ, ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟକରୁଥିବା ମହିଳା ବିଶେଷ ଉପକୃତ ହେବେ ।
ଅଧିକ ପଢନ୍ତୁ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ; ଦେଶରୁ ବ୍ୟାନ୍ ହେଲା ୮୦୫ ଆପ୍ଲିକେସନ ସହ ୩୨୬୬ଟି ୱେବସାଇଟ୍, ସ୍ୱରାଷ୍ଟ୍ରମନ୍ତ୍ରୀ କହିଲେ କାହିଁକି ନିଆଗଲା କଡ଼ା ପଦକ୍ଷେପ
Andhra Pradesh is planning "Work From Home" in a big way, especially for women.
First, I would like to extend greetings to all women and girls in STEM on the International Day of Women and Girls in Science. Today, we celebrate their achievements and commit ourselves to providing… pic.twitter.com/En4g7pfEba