ଭୁବନେଶ୍ଵର: ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନ ନେଇ ରାଜ୍ୟ ସରକାର ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମଧ୍ୟାହ୍ଣ ଭୋଜନ କରିବେ। ଏପର୍ଯ୍ୟନ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ର-ଛାତ୍ରୀଙ୍କୁ ମଧ୍ୟାହ୍ଣ ଭୋଜନ ମିଳୁଥିଲା। କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ବଡ଼ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିକ୍ଷା ବ୍ୟବସ୍ଥାକୁ ନେଇ ପୂର୍ବ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭୋଟ ବ୍ୟାଙ୍କ ପାଇଁ ୫ ଟି ସ୍କୁଲ ପରିକଳ୍ପନା ହୋଇଥିଲା। କେବଳ ହାଇସ୍କୁଲ ପାଇଁ 5ଟି କାହିଁକି ? ମୁଖ୍ୟମନ୍ତ୍ରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକ 5 ଟିରେ ସାମିଲ ହେଲାନି କାହିଁକି। ସେ ଏହା ମଧ୍ୟ କହିଛନ୍ତି ଯେ, ଆଗକୁ ଶିକ୍ଷକ ନିଯୁକ୍ତିକୁ ଅଧିକ ଗୁରୁତ୍ୱ ଦିଆଯିବ। ହାଇସ୍କୁଲ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ।୯ମ ଓ ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ରାଜ୍ୟର ୭ ଶହ ସ୍କୁଲ ପି ଏମ ଶ୍ରୀ ବିଦ୍ୟାଳୟରେ ପରିଣତ ହେବ।