ଭୁବନେଶ୍ୱର : ବଲିଉଡ ଅଭିନେତ୍ରୀ ବିଦ୍ୟାବାଲାନ ଇଣ୍ତଷ୍ଟ୍ରୀରେ ନିଜ ପରିଶ୍ରମ ବଳ ରେ ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ସିରିୟଲରୁ ନେଇ ଫିଲ୍ମ ଯାଏଁ ନିଜର ଦମଦାର ଆକ୍ଟିଂ ପାଇଁ ଦର୍ଶକଙ୍କ ମନ ଜିଣି ପାରିଛନ୍ତି । ବିଦ୍ୟା ସବୁବେଳେ ନିଜର ଫ୍ୟାସନ ଏବଂ ଲୁକ୍ସ ପାଇଁ ଟ୍ରୋଲ ହୋଇଆସିଛନ୍ତି । କିଛିଦିନ ତଳେ ଗୋଟିଏ ନ୍ୟାସନାଲ ଚ୍ୟାନେଲରେ ସାକ୍ଷାତକାରରେ ସେ ଶାଢୀ ପ୍ରତି ଥିବା ତାଙ୍କ ପ୍ରେମ ବିଷୟରେ କହିଛନ୍ତି । ଏହା ସହିତ ସେ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ପାଇଥିବା ଶିକ୍ଷା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।
ବିଦ୍ୟାଙ୍କ ପାଇଁ ଫ୍ୟାଶନର ଅର୍ଥ କ'ଣ?
ବିଦ୍ୟାଙ୍କ ମତରେ ଫ୍ୟାସନ ହେଉଛି ଗୋଟିଏ ବ୍ୟକ୍ତିଗତ ପସନ୍ଦ ଯାହାକି ବ୍ୟକ୍ତିତ୍ତ୍ୱକୁ ଦର୍ଶାଏ । ସେ କହିଛନ୍ତି ଯ ତାଙ୍କୁ କାଞ୍ଜିବରମ୍ ଶାଢୀ ପିନ୍ଧିବାକୁ ବେଶି ଭଲ ଲାଗେ । ଯେତେବେଳେ ବିଦ୍ୟା 18 ବର୍ଷର ଥିଲେ ସେତେବେଳେ ତାଙ୍କ ବାପା, ମା ତାଙ୍କୁ କାଞ୍ଜିବରମ ଶାଢୀ ଗିଫ୍ଟ କରିଥିଲେ । ଆଉ ଏହାପରେ ପ୍ରତିବର୍ଷ ତାଙ୍କ ଜନ୍ମଦିନରେ ତାଙ୍କ ବାପା, ମା ତାଙ୍କୁ କାଞ୍ଜିବରମ ଶାଢୀ ଗିଫ୍ଟ କରିବେ ବୋଲି କଥା ଦେଇଥିଲେ ।
ସୋସିଆଲ ମିଡିଆରେ ଫେକ୍ ଇମେଜ
ସୋସିଆଲ ମିଡିଆରେ ନିଜ ଇମେଜକୁ ଫେକ୍ କହି ବିଦ୍ୟା କହିଲେ ‘ମୋର ସୋସିଆଲ ମିଡିଆରେ ଦେଖାଯାଉଥିବା ଛବି ଏବଂ ମୋର ଅନସ୍ରିନ୍ ଦେଖାଯାଉଥିବା ଛବି ଠାରୁ ବହୁତ ଅଲଗା । ମତେ କମେଡି ବହୁତ ପସନ୍ଦ, କିନ୍ତୁ ମତେ ଅନସ୍ରିନ୍ ରେ କମେଡି କରିବାକୁ ସୁଯୋଗ ମିଳିନାହିଁ । ମୁଁ ମୋର ଏଇ ଇଚ୍ଛାକୁ ପୂରଣ କରିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରୁଛି । ମୁଁ ସୋସିଆଲ ମିଡିଆକୁ ମଧ୍ୟ ଏତେ ଟା ଗୁରୁତ୍ୱ ଦିଏନି’ ।
ଅଧିକ ପଢନ୍ତୁ : ଅମିର ଖାନଙ୍କର ଏମିତି ଅବସ୍ଥା କଲା କିଏ ?