ବରଗଡ଼: କହି କହି ଶୁଣିଲାନି ପ୍ରଶାସନ । ଶେଷରେ ନିଜେ ଆଖିରେ ପଟି ବାନ୍ଧି ଗୁହାରୀ କରିଛନ୍ତି ଲୋକେ । ବରଗଡ଼ ଖଜୁରକଟା ବନ୍ଧର ପୁନଃରୁଦ୍ଧାର ଦାବି ନେଇ ଆଖିରେ କଳା ପଟି ବାନ୍ଧି ବରଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ଖଜୁରଟିକ୍ରା ଗ୍ରାମବାସୀ । ଗତ ୧୧ ତାରିଖ ବରଗଡ଼ ଛାତ୍ର କଂଗ୍ରେସ ଉପସଭାପତି ଗୌରବ ପତି ଆଜାଦ ଖଜୁରକଟା ବନ୍ଧ ର ପାଣି ଭାରରେ ବୋହି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେଖାଇବା ସହ ହାତ ଧୋଇବା ପାଇଁ କହିଥିଲେ ଏବଂ ଆସନ୍ତା ୧୬ ତାରିଖ ମଧ୍ୟରେ ଖଜୁରକଟା ବନ୍ଧ ସଫା କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ । କିନ୍ତୁ ୧୬ ତାରିଖ ବିତି ଯାଇଥିଲେ ମଧ୍ୟ ପୂର୍ବ ପରି ବନ୍ଧ ପଡିରହିଥିବା ବେଳେ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସଫା କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏନେଇ ବୁଧବାର ରାଜ୍ୟ ଛାତ୍ର କଂଗ୍ରେସ ର ଉପସଭାପତି ଗୌରବ ପତି ଆଜାଦ ନିଜ ଆଖିରେ କଲା ପଟି ବାନ୍ଧି ଖଜୁରଟିକ୍ରା ବାସିନ୍ଦାଙ୍କ ସହ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।