ଗଜପତି: ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ିଗଲେ ବାପା ପୁଅ । ଆଠ ଦିନ ପରେ ବାପା-ପୁଅଙ୍କୁ ଉଦ୍ଧାର କରିଛି ଗଜପତି ପୋଲିସ ।
ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ରଣାଲଇ ଗାଁର ବାପା ଶାନ୍ତିଏଲ୍ କରାଡ ଓ ପୁଅ ଗମଲିଆର କରାଡ ଆନ୍ଧ୍ରପ୍ରଦେଶର ତିରୁମାଲାରେ ଶ୍ରୀସାଇ ସତ୍ୟ ହ୍ୟାଣ୍ଡଲୁମ୍ କମ୍ପାନୀରେ କାମ କରୁଥିଲେ। ଗତ କିଛି ଦିନ ପୂର୍ବରୁ ପତ୍ନି ଙ୍କ ଦେହ ଅସୁସ୍ଥ ଖବର ପାଇବା ପରେ ଗାଁ କୁ ଆସିବାକୁ ମାଲିକଙ୍କୁ ଛୁଟି ମାଗିଥିଲେ । ହେଲେ ମାଲିକ ଛୁଟି ନ ଦେଇ ଉଭୟ ବାପା ପୁଅଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରଖି ମାଡ ମାରିବା ସହ ନିର୍ଯାତନା ଦେଇଥିଲେ ।
ଏ ସମ୍ପର୍କ ରେ ଆର୍ ଉଦୟଗିରି ଥାନାରେ ଅଭିଯୋଗ କରିବା ପରେ ଏସଡିପିଓ ତିରୁପତି ପୋଲିସ ସହ ଯୋଗାଯୋଗ କରିଥିଲେ ପରେ ଉଭୟ ଓଡ଼ିଶା ଓ ତିରୁପତି ପୋଲିସ ର ସହାୟତା ରେ ବାପା ପୁଅ ଙ୍କୁ ଉଦ୍ଧାର କରି ନିଜ ଗାଁକୁ ଫେରାଇ ଆଣିଥିଲେ। ଯାହାକୁ ନେଇ ଆଜି ବନ୍ଧକ ରୁ ମୁକ୍ତ ହୋଇଥିବା ବାପା ପୁଅ ଙ୍କ ମୁହଁ ରେ ଖୁସିର ଲହରୀ ଖେଳିବା ସହ ପୋଲିସ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି ।