ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆରେ କଥିତ ଗୋ-ମାଫିଆ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁଲିସ ଚଢ଼ଉ ପରେ ଫେରାର ଥିବା ଉତ୍ତମ କୁମାର ଦଣ୍ଡପାଟ ଏବେ ଭିଡିଓ ବାର୍ତ୍ତା ଜାରି କରି ନିଜ ପକ୍ଷ ରଖିଛନ୍ତି।
ଭିଡିଓରେ ଉତ୍ତମ ଦଣ୍ଡପାଟ କହିଛନ୍ତି, ସେ ଜଣେ ଗୋ-ସେବକ ଏବଂ ତାଙ୍କୁ ଯୋଜନାବଦ୍ଧ ଭାବେ ଗୋ-ମାଫିଆ ଭାବେ ଚିତ୍ରିତ କରାଯାଉଛି। ଗୋ-ତସ୍କରୀ ବିରୋଧରେ ସ୍ୱର ଉଠାଇବାରୁ କିଛି ଅସାଧୁ ବ୍ୟକ୍ତି ଓ ସ୍ଥାନୀୟ ପ୍ରଶାସନ ତାଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ ଦୋଷୀ ପ୍ରମାଣିତ ହେଲେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ତେବେ ପୁଲିସ ତାଙ୍କୁ ଖୋଜୁଥିବାବେଳେ ସେ ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହାନ୍ତି।