ଲଖନଉ: ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଲଖନଉର ଇକାନା ଷ୍ଟାଡିୟମରେ ଖେଳା ଯାଉଛି । ପ୍ରଥମ ଦିନିକିଆ ଜିତି ଭାରତ ସିରିଜରର ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଦିନିକିଆ ଜିତି ଭାରତ ସିରିଜ୍ ୨-୦ରେ ଅଗ୍ରଣୀ ହାସଲ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ଅନ୍ୟପଟେ ଆଫଗାନିସ୍ତାନର ନଜର ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା । ଏହି ମୁକାବିଲାରେ ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଉ ପ୍ରଥମେ ବ୍ୟାଟିଂ କରିବ ଭାରତ ।
ଆଫଗାନିସ୍ତାନ ତିନୋଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି । ନବି, ଅଜମତ ଓ ଜିଆଙ୍କ ବଦଳରେ ବିଲାଲ, ଡରାୱିସଙ୍କୁ ସ୍ଥାନ ମିଳିଛି । ଭାରତୀୟ ଦଳରେ ମଧ୍ୟ ତିନୋଟି ପରିବର୍ତ୍ତନ ହୋଇଛି । ପ୍ରିନ୍ସ ଯାଦବ ଆଜି ଦିନିକିଆରେ ପଦାର୍ପଣ କରିଛନ୍ତି । ନୀତିଶ ରେଡ୍ଡୀଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଯଶସ୍ୱୀ ଜୟସ୍ୱାଲଙ୍କୁ ଦିନିକିଆ ଦଳର ଚୂଡାନ୍ତ ଏକାଦଶରେ ଖେଳିବାର ସୁଯୋଗ ମିଳିଛି ।
ଆଫଗାନିସ୍ତାନ ଦଳ
ରେହମତୁଲ୍ଲା ଗୁରବାଜ(ୱିକେଟ୍ କିପର), ଇବ୍ରାହିମ ଜଦ୍ରାନ, ସେଦିକୁଲ୍ଲା ଅଟଲ, ରେହମତ ଶାହ, ହସମତୁଲ୍ଲା ଶାହିଦି(ଅଧିନାୟକ), ଡରୱିସ ରସୁଲି, ରଶିଦ ଖାନ, ନଙ୍ଗେୟାଲିଆ ଖାରୋଟି, ଏଏମ ଘଜନଫର, ମହମ୍ମଦ ସଲିମ ସଫି, ବିଲାଲ ସାମି ।
ଭାରତୀୟ ଦଳ
ଯଶସ୍ୱୀ ଜୟସ୍ୱାଲ, ରୋହିତ ଶର୍ମା, ଶୁଭମନ ଗିଲ୍(ଅଧିନାୟକ), ଇଶାନ କିଷନ( ୱିକେଟ୍ କିପର),ଶ୍ରେୟସ ଆୟର, କେଏଲ ରାହୁଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଗୁରନୁର ବରାର, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ ।
Also Read: ଧର୍ମଶାଳା ଦିନିକିଆ: ଗିଲ୍ ଓ ରାହୁଲଙ୍କ ଧମାକା, ଆଫଗାନିସ୍ତାନକୁ ୭ ୱିକେରେ ହରାଇଲା ଭାରତ