ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାର ଅଳ୍ପ ସମୟ ମଧ୍ୟରେ ପୁଲିସ ମାମଲାର ରୁଜୁ କଲା ପରେ ଅତର୍କିତ ଭାବେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ନିଜର ଅକ୍ତିଆରକୁ ଆଣିଛି। ଅଭିଯୁକ୍ତମାନେ ଘଟଣା ଘଟାଇବା ପରେ ଫେରାର ହେବାରେ ସଫଳ ହୋଇପାରି ନାହାନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟା ସମୟରେ ନାବାଳିକା ନଦୀକୁ ଗାଧୋଇବାକୁ ଯାଇଥିଲେ। ଫେରିବା ସମୟରେ ତିନିଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ ଏବଂ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲେ। ତେବେ ନାବାଳିକା ଗୁରୁତର ହେବା ପରେ କଷ୍ଟେମଷ୍ଟେ ଘରକୁ ଆସି ପରିବାର ଲୋକଙ୍କୁ ଘଟଣାକ୍ରମ ଜଣାଇଥିଲେ।
ନଦୀ ପଠାରେ ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଏନେଇ ଥାନାରେ ଏତଲା ହେଲା ପରେ ଏସପି ଅମ୍ରିତପାଲ କୌରଙ୍କ ନିର୍ଦେଶରେ ପୁଲିସ ଘନଘନ ଚଢ଼ଉ କରିଥିଲା। ଘଟଣାର ମାତ୍ର କିଛି ସମୟ ମଧ୍ୟରେ ୩ଅଭିଯୁକ୍ତଙ୍କୁ ଗିରଫ କରିଛି। ଡାକ୍ତର ମାଇନା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ନାବାଳିକାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି।
ଅଧିକ ପଢ଼ନ୍ତୁ: ବଡ଼ ଭାଇର ପ୍ରେମ ପାଇଁ ବଳି ପଡ଼ିଲା ସାନ ଭାଇ