ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତା କଡରେ ଥିବା ଗଛରେ ବାଇକ ପିଟି ହୋଇ ଜଣେ ମୃତ ଏବଂ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ମହାବିରୋଡ଼ ଥାନା ମଦରଙ୍ଗାମୁଣ୍ଡା ଗାଁର ପୃଥିବୀ ନାଏକ । ଗୁରୁତର ମାନେ ମହାବିରୋଡ଼ ଗାଁର ସତ୍ୟ ପଧାନ ଏବଂ ମଦରଙ୍ଗାମୁଣ୍ଡା ଗାଁର ସରୋଜ ନାଏକ । ତିନି ଜଣ ଏକ ଆପାଚି ବାଇକ ଯୋଗେ ପରଜଙ୍ଗ ଆଡକୁ ଯାଉଥିବା ବେଳେ ବାଇକଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା । ଘଟଣା ସ୍ଥଳରେ ହିଁ ପୃଥିବୀଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟେଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।