କେନ୍ଦ୍ରାପଡା; କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଠିଆପଡା ଗାଁ ର ଛାତ୍ରୀ ପୋଡ଼ି ଘଟଣାରେ ନୂଆ ମୋଡ ସୃଷ୍ଟି ହୋଇଛି l ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ କେନ୍ଦ୍ରାପଡାରେ ନ ହୋଇ କଟକରେ ହେବ l ପୂର୍ବାହ୍ନ ୧୦ଟାରେ କଡା ସୁରକ୍ଷା ମଧ୍ୟରେ ମୃତଦେହ କେନ୍ଦ୍ରାପଡ଼ା ରୁ କଟକ ଏସସିବି ମେଡିକାଲ ଅଭିମୁଖେ ବାହାରି ଯାଇଛି l କେନ୍ଦ୍ରାପଡା ରେ FMT ଡାକ୍ତରଙ୍କ ଅଭାବ ଯୋଗୁଁ ପୋଷ୍ଟମର୍ଟମ ହୋଇପାରିବନି l ଏନେଇ ଏସ୍ପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି l
ସେପଟେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ଜୀବନ ହାରିବା ଘଟଣାରେ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି କରାଯାଇଛି । ASIଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡ଼ା ଏସ୍ପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କଲେ ଏସ୍ପି । ଝିଅ ମୃତ୍ୟୁ ପାଇଁ ପୋଲିସର ଅବହେଳାକୁ ଦାୟୀ କରିଥିଲେ ପୀଡିତାଙ୍କ ବାପା । ଝିଅର ଅଭିଯୋଗ ASI ରଖିନଥିବା ଅଭିଯୋଗ କରିଥିଲେ।
ସୂଚନା ଅନୁଯାୟୀ ଗତକାଲି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ ଏକ ବଡ ଅଘଟଣ ଘଟିଥିଲା। ଜଣେ ଯୁବତୀ ଘର ଭିତରେ ଜୀଅନ୍ତା ଜଳି ଯାଇଥିଲେ। ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । କେହି ଜଣେ ତାଙ୍କୁ ବ୍ଲାକ୍ମେଲିଂ କରୁଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ କରିଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳି ନାହିଁ ।