ଭୁବନେଶ୍ୱର : ଏଣିକି ରାଜ୍ୟର ଛୋଟ ଛୋଟ ଗାଁରେ ନିର୍ମାଣ ହେବ ପକ୍କା ରାସ୍ତା । ୨୦୨୭ ସୁଦ୍ଧା ଦେଢ ଶହ ଜନସଂଖ୍ୟା ଥିବା ସମସ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ ହେବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।
ବଜେଟ ଖର୍ଚ୍ଚ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା କରାଯାଇଛି । ଏହି ସମୀକ୍ଷାରେ ବଜେଟ ଖର୍ଚ୍ଚକୁ ତ୍ୱାରନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ୍ ଖର୍ଚ୍ଚ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨୦୨୭ ସୁଦ୍ଧା ୭୫ ହଜାରରୁ ଅଧିକ ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଅଧିକ ରାସ୍ତା ନିର୍ମାଣ ହୋଇଛି । ଏହି ନିର୍ମାଣଧୀନ ରାସ୍ତାଗୁଡ଼ିକୁ ସମୟ ସୀମା ମଧ୍ୟରେ ସମସ୍ତ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଗତ ସରକାରରରେ ୯୨ଟି ବ୍ରିଜ୍କୁ ଆପ୍ରୋଚ ରୋଡ୍ ନଥିଲା । କିନ୍ତୁ ଆମ ସରକାର ଆସିବା ପରେ ୫୦ଟି ବ୍ରିଜ୍ ପାଇଁ ଜମି ଅଧିଗ୍ରହଣ ସରିଲାଣି । ଏବେ ଅନୁମୋଦିତ ବଜେଟର ୫୩ ପ୍ରତିଶତ ଖର୍ଚ୍ଚ ହୋଇସାରିଥିବାବେଳେ ବଳକା ବଜେଟ୍ ୩ ମାସରେ ଖର୍ଚ୍ଚ ସରିବ ବୋଲି ମନ୍ତ୍ରୀ କହିଛନ୍ତି ।