ପୁରୀ: ପୁଣି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବଡ଼ ମହାସ୍ନାନ ହୋଇଛି । ଭିତରକାଠ ନିକଟରେ ରକ୍ତ ଛିଟା ଦେଖିବାକୁ ମିଳିବା ପରେ ଅବକାଶ ନୀତି ପରେ ବଡ଼ମହାସ୍ନାନ ହୋଇଛି । ଫଳରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଛି ।
ଆଜି ସକାଳରେ ଶ୍ରୀମନ୍ଦିର ଖୋଲିବା ପରେ ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାର ସେବାୟତ ଦେଖିଥିଲେ । ଏହା ପରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ ମହାସ୍ନାନ ନୀତି କରାଯାଇଛି । ବଡ଼ ମହାସ୍ନାନ ନୀତି ଯୋଗୁଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଛି । ସ୍ନାନ ନୀତି ପରେ ପୁଣି ଥରେ ଦର୍ଶନ ଆରମ୍ଭ ହେବ ।
ମକର ସଂକ୍ରାନ୍ତି ଦିନ ମଧ୍ୟ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିଲା । ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ନୀତି ହେବାକୁ ଥିବାବେଳେ ଜଣେ ସେବାୟତ ରକ୍ତ ଛିଟା ଦେଖିଥିଲେ । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଥିବାରୁ ମହାସ୍ନାନ କରାଯାଇଥିଲା । ଫଳରେ ପ୍ରାୟ ଘଣ୍ଟାଏ ଧରି ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଥିଲା ।