ନାଗପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ନାଗପୁରରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲା ପାଇଁ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି । ମାତ୍ର ଗୋଟିଏ ସ୍ଥାନ ପାଇଁ କୋଚ୍ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟଙ୍କୁ ବହୁତ ବିଚାର ବିମର୍ଶ କରିବାକୁ ପଡିପାରେ । ନମ୍ବର ୩ ପାଇଁ ଅଧିନାୟକ ସୂର୍ଯ୍ୟ ପ୍ରଥମରୁ ସ୍ପଷ୍ଟ କରି ସାରିଛନ୍ତି । ତିଳକ ବର୍ମାଙ୍କ ସ୍ଥାନରେ ଇଶାନ କିଶନ ଖେଳିବେ ଯିଏ ଟି-୨୦ ବିଶ୍ୱକପ ଟିମର ସଦସ୍ୟ । ଏମିତି ସ୍ଥିତିରେ ଶ୍ରେୟସ ଆୟରଙ୍କୁ ବେଞ୍ଚରେ ବସିବାକୁ ପଡିପାରେ ।
ଏମିତିରେ ନମ୍ବର ଏକରୁ ନମ୍ବର ସାତ ପର୍ଯ୍ୟ୍ତ ବ୍ୟାଟିଂକ୍ରମ ଫିଟ୍ ରହିଛି । ଓପନିଂ କରିବେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା । ନମ୍ବର ୩ରେ ଇଶାନ କିଶନ, ୪ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ୫ରେ ହାର୍ଦ୍ଦିକ ପାଣ୍ଡ୍ୟା, ୬ରେ ଶିବମ ଦୁବେ ଏବଂ ୭ରେ ଅଲରାଉଣ୍ଡର ଉପଅଧିନାୟକ ଅକ୍ଷର ପଟେଲ ଖେଳିବେ । ପ୍ରକୃତ ଲଢେଇ ୮ ନମ୍ବରକୁ ନେଇ ହେଉଛି । ନଅ ନମ୍ବରରେ ବୁମରା , ୧୦ମରେ ଅର୍ଶଦୀପ ସିଂ ଓ ୧୧ମ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ । ନମ୍ବର ୧୧ରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ ।
ମାତ୍ର ନମ୍ବର ୮ ପାଇଁ ଦୁଇ ଜଣ ଖେଳାଳି ଦାବିଦାର ଅଛନ୍ତି । ଜଣେ ହେଉଛନ୍ତି କୁଲଦୀପ ଯାଦବ ଏବଂ ଦ୍ୱିତୀୟ ଖେଳାଳି ହେଉଛନ୍ତି ରିଙ୍କୁ ସିଂ । ଯଦି ବୋଲିଂରେ ଗଭୀରତା ଆବଶ୍ୟକ ନାହିଁ ତେବେ ରିଙ୍କୁ ସିଂଙ୍କୁ ଫିନିସର ଖେଳା ଯାଇପାରେ । ଯଦି ଦଳକୁ ସ୍ପିନ ଏବଂ ୱିକେଟ୍ ନେବାର ବିକଳ୍ପ ଦରକାର ତେବେ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିପାରେ । ଏମିତି ବି ହୋଇପାରେ କୁଲଦୀପ ଏବଂ ରିଙ୍କୁ ଖେଳିଲେ ଅର୍ଶଦୀପ ସିଂଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ । ଏହା ପରେ ହାର୍ଦ୍ଦିକ ଓ ଶିବମଙ୍କଠୁ ୪/୬ ଓଭର ଆଶା କରିବାକୁ ପଡିବ । ଯଦି ଆପଣ ଶିବମ ଦୁବେଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ସୁଯୋଗ ଦିଆଯାଏ ତେବେ କୁଲଦୀପ ଓ ବରୁଣ, ଅର୍ଶଦୀପ ଓ ବୁମରାଙ୍କୁ ଏକାଠି ଖେଳିବାର ସୁଯୋଗ ମିଳିପାରେ ।
ଟିମ୍ ଇଣ୍ଡିଆର ସମ୍ଭାବିତ ଏକାଦଶ
ସଞ୍ଜୁ ସାମସନ(ୱିକେଟ୍ କିପର), ଅଭିଷେକ ଶର୍ମା, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, କୁଲଦୀପ ଯାଦବ/ରିଙ୍କୁ ସିଂ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ ।
Also read: ପ୍ରଥମ ଟି-୨୦ ପାଇଁ ଇଶାନ ନା ଶ୍ରେୟସ, କାହାକୁ ମିଳିବ ସ୍ଥାନ ? ସ୍ପଷ୍ଟ କଲେ ଅଧିନାୟକ ସୂର୍ଯ୍ୟ