ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା ଲାଗିଛି। ଅଧିନାୟକ ତଥା ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆର ଚୟନ କମିଟି ଅଧ୍ୟକ୍ଷ ଜର୍ଜ ବେଲି ସୋମବାର ସ୍ପଷ୍ଟ କରିଛନ୍ତି ଯେ କମିନ୍ସ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି ଏବଂ ଟୁର୍ଣ୍ଣାମେଣ୍ଟର ତୃତୀୟ କିମ୍ବା ଚତୁର୍ଥ ମ୍ୟାଚ୍ ପାଖାପାଖି ଦଳରେ ଯୋଗ ଦେଇପାରନ୍ତି।
ପ୍ୟାଟ୍ କମିନ୍ସଙ୍କୁ କାହିଁକି ବାହାର କରାଗଲା?
ପ୍ୟାଟ୍ କମିନ୍ସ ବର୍ତ୍ତମାନ କଟି ହାଡ଼ ଚାପ ଆଘାତରୁ ସୁସ୍ଥ ହେଉଛନ୍ତି। ଏହି ସମସ୍ୟା ୨୦୨୫-୨୬ ଆସେସ ସିରିଜ୍ ପୂର୍ବରୁ ଦେଖାଦେଇଥିଲା। ଫଳରେ ସେ ଆସେସ ସିରିଜର ୪ଟି ମ୍ୟାଚ୍ ଖେଳି ପାରି ନ ଥିଲେ । ତାଙ୍କୁ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ଚାରୋଟି ଖେଳିବାରୁ ବାରଣ କରିଥିଲା। ଯଦିଓ ସେ ଆସେସ ସମୟରେ କଠୋର ପୁନର୍ବାସ କରିଥିଲେ ଏବଂ ଆଡିଲେଡ୍ ଟେଷ୍ଟରେ ଛଅଟି ୱିକେଟ୍ ନେଇଥିଲେ, ତଥାପି ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ସମୟ ନେଉଛନ୍ତି, ଫଳରେ ସେ ଟି-୨୦ ବିଶ୍ୱକପର ପ୍ରାରମ୍ଭିକ କିଛି ମ୍ୟାଚ୍ ଖେଳି ପାରିବେ ନାହିଁ ।
ଜର୍ଜ ବେଲି ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ରୁ ପ୍ୟାଟ୍ କମିନ୍ସ, ଜୋଶ୍ ହାଜେଲଉଡ୍ ଏବଂ ଟିମ୍ ଡେଭିଡ୍ ବାଦ ପଡ଼ିବା ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଯେ ଟିମ୍ ଡେଭିଡ୍ ସାମାନ୍ୟ ହାମଷ୍ଟ୍ରିଙ୍ଗ୍ ଷ୍ଟ୍ରେନ୍ ସମସ୍ୟା ଦେଇ ଗତି କରୁଛନ୍ତି । କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ହେଉଛନ୍ତି । ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ସେ ଫିଟ୍ ହୋଇଯିବେ । ଜୋଶ ହାଜେଲଉଡଙ୍କ ଅବସ୍ଥା ସମାନ।
ବେଲି କହିଛନ୍ତି ଯେ ପ୍ୟାଟ୍ କମିନ୍ସଙ୍କ ଅବସ୍ଥା ଟିକିଏ ଭିନ୍ନ ଏବଂ ସେ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ। ସେ ଆଶା କରିଛନ୍ତି ଯେ, ଯେ କମିନ୍ସ ତୃତୀୟ କିମ୍ବା ଚତୁର୍ଥ ମ୍ୟାଚରେ ଦଳରେ ଯୋଗ ଦେଇପାରିବେ।
ଅଷ୍ଟ୍ରେଲିଆ ଦଳ ପରିଚାଳନା ପ୍ୟାଟ୍ କମିନ୍ସଙ୍କୁ ନେଇ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ନେବାକୁ ଚାହୁଁ ନାହିଁ । କମିନ୍ସଙ୍କ ପିଠି ଆଘାତର ଇତିହାସ ଅଛି, ତେଣୁ ଚୟନକର୍ତ୍ତାମାନେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପର୍ୟ୍ୟାପ୍ତ ସମୟ ଦେବାକୁ ଚାହୁଁଛନ୍ତି। ଜର୍ଜ ବେଲି କହିଛନ୍ତି ଯେ ଯଦି ସବୁକିଛି ଠିକ୍ ଠାକ୍ ହୁଏ, ତେବେ ଦଳ ଚାହୁଁଛି ଯେ କମିନ୍ସ କୌଣସି ବିପଦ ବିନା ଫେରି ଆସନ୍ତୁ। ତଥାପି, ଆବଶ୍ୟକ ହେଲେ ଯୋଜନା ପରିବର୍ତ୍ତନ କରାଯାଇପାରିବ।
ଦଳର ସନ୍ତୁଳନ ଉପରେ ପ୍ରଭାବ
ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆର ବୋଲିଂ ଆକ୍ରମଣକୁ ପ୍ରଭାବିତ କରିପାରେ, ବିଶେଷକରି ପ୍ରାରମ୍ଭିକ ମ୍ୟାଚ୍ଗୁଡ଼ିକରେ। ଏବେ କମିନ୍ସ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପଡ଼ିଆକୁ ଫେରିବା ପର୍ଯ୍ୟନ୍ତ ଅନ୍ୟ ଦ୍ରୁତ ବୋଲରମାନେ କିପରି ଦାୟିତ୍ୱ ତୁଲାଇବେ ତାହା ଉପରେ ଟିମ୍ ପରିଚାଳନା ନଜର ରଖିବ।
Also read: ଟି-୨୦ ବିଶ୍ୱକପରୁ ବିଦା ହେବ ବାଂଲାଦେଶ, ସ୍କଟଲାଣ୍ଡର ହେବ ଏଣ୍ଟ୍ରି ? ବିସିବିକୁ ଡେଡଲାଇନ ଦେଲା ଆଇସିସି