ନୂଆଦିଲ୍ଲୀ: ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବାଦ୍ ଦେବା ପରେ ଟି-୨୦ ବିଶ୍ୱକପକୁ ନେଇ ନଖରା ଦେଖାଉଥିବା ବାଂଲାଦେଶକୁ ଲାଗିପାରେ ଝଟକା । ଇଏସପିଏନ କ୍ରିକଇନମ୍ଫୋର ଏକ ରିପୋର୍ଟ ଅନୁଯାୟୀ, ଆଇସିସି ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ସ୍ପଷ୍ଟ ଶବ୍ଦରେ ଜଣାଇ ଦେଇଛି ଯେ, ବାଂଲାଦେଶର ମ୍ୟାଚ୍ ନା ଭାରତରୁ ସ୍ଥାନାନ୍ତର ହେବ ନା ଗ୍ରୁପରେ ଦଳକୁ ଅଦଳ ବଦଳ କରାଯିବ । ଯଦି ବାଂଲାଦେଶ ଭାରତରେ ଖେଳିବାକୁ ମନା କରେ ତେବେ ବିଶ୍ୱକପରୁ ବହିଷ୍କାର କରାଯିବ ଏବଂ ତା ଜାଗାରେ କୌଣସି ନୂଆ ଦଳକୁ ଏଣ୍ଟ୍ରି ମିଳିବ ।
ଜାରି ଗତିରୋଧକୁ ନେଇ ଦୁଇ ଦିନ ପୂର୍ବେ ଢାକାରେ ଆଇସିସି ଓ ବିସିବି ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ବାଂଲାଦେଶ ନିଜ ଜିଦରେ ଅଟଳ ରହିଛି ଯେ, ସେ ବିଶ୍ୱକପ୍ ଖେଳିବ ମାତ୍ର ମ୍ୟାଚ୍ ଭାରତରୁ ସ୍ଥାନାନ୍ତର କରାଯାଉ । ଏବେ ଆଇସିସି ବାଂଲାଦେଶକୁ ଜାନୁଆରୀ ୨୧ ପର୍ଯ୍ୟନ୍ତ ଡେଡଲାଇନ ଦେଇଛି । ଯଦି ସେ ପର୍ଯ୍ୟନ୍ତ ବାଂଲାଦେଶ ନିଜର ଆଭିମୁଖ୍ୟରେ ଅଟଳ ରହେ ତେବେ ଆ୨୪୩୪୩୪୩୨୧ଇସିସି ବିଶ୍ୱକପରେ ବାଂଲାଦେଶର ଭାଗିଦାରୀକୁ ନେଇ ଅନ୍ତିମ ନିଷ୍ପତ୍ତି ନେବ ।
ବାଂଲାଦେଶ ଜାନୁଆରୀ ୪ରେ ଆଇସିସିକୁ ଚିଠି ଲେଖି ଟି-୨୦ ବିଶ୍ୱକପରେ ନିଜର ମ୍ୟାଚ୍ ଭାରତରୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲା । ବାଂଲାଦେଶ ଗ୍ରୁପ ସିରେ ରହିଛି ଏବଂ ଦଳର ସମସ୍ତ ଗ୍ରୁପ ମ୍ୟାଚ୍ ଭାରତରେ ରହିଛି । ପ୍ରଥମ ମ୍ୟାଚ୍ କୋଲକାତାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରହିଛି । ଏହା ପରେ ସେହି କୋଲକାତାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରହିିଛି । ଏହା ପରେ ଗ୍ରୁପ ପର୍ଯ୍ୟାୟର ଶେଷ ମୁକାବିଲା ମୁମ୍ବାଇରେ ଖେଳିବ ବାଂଲାଦେଶ । ବାଂଲାଦେଶ ନିଜର ସୁରକ୍ଷା କାରଣ ଦର୍ଶାଇ ଭାରତରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି । ପ୍ରାୟ ୩ ସପ୍ତାହ ବିତିଯିବା ପରେ ଆଇସିସି ଓ ବିସିବି ମଧ୍ୟରେ ଆଲୋଚନା ଚାଲିଛି । ମାତ୍ର ଏବେ ଚୂଡାନ୍ତ ନିଷ୍ପତ୍ତି ନିଆଯିବାର ସମୟ ଆସିଛି ।
ଶନିବାର ଆଇସିସି ଓ ବିସିବି ଅଧିକାରୀଙ୍କ ମଧ୍ୟରେ ଦ୍ୱିତୀୟ ବୈଠକ ହୋଇଥିଲା । ଏବେ ଆଇସିସି ବାଂଲାଦେଶକୁ ଜାନୁଆରୀ ୨୧ ସୁଦ୍ଧା ନିଜର ଆଭିମୁଖ୍ୟ ବଦଳାଇବାକୁ ଜଣାଇ ଦେଇଛି । ଯଦି ବାଂଲାଦେଶ ନିଜ ଜିଦରେ ଅଟଳ ରହେ ତେବେ ତାକୁ ବିଶ୍ୱକପରୁ ବାହାର କରାଯିବ । ବାଂଲାଦେଶ ସ୍ଥାନରେ ନୂଆ ଟିମର ଘୋଷଣା ହୋଇପାରେ । ବର୍ତ୍ତମାନର ରାଙ୍ଗିଙ୍ଗ ଅନୁସାରେ ସ୍କଟଲାଣ୍ଡକୁ ବିଶ୍ୱକପରେ ଏଣ୍ଟ୍ରି ମିଳିପାରେ ।
Also read: ଟି୨୦ ବିଶ୍ୱକପ୍ ପାଇଁ ଭାରତ ଆସିବେ ୪୨ଜଣ ପାକିସ୍ତାନୀ ଖେଳାଳି