ଇନ୍ଦୋର: ଆଜି ଇନ୍ଦୋରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ତଥା ନିର୍ଣ୍ଣାୟକ ଦିନିିକିଆ ମ୍ୟାଚ୍ ଖେଳାଯିବ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ରହିଛି । ଶେଷ ଦିନିକିଆରେ ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଉ ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । ପ୍ରଥମ ଦିନିକିଆ ଭାରତ ଜିତିଥିବା ବେଳେ ଦ୍ୱିତୀୟ ଦିନିକିଆ ଜିତି ସିରିଜ ବରାବର କରିଥିଲା ନ୍ୟୁଜିଲାଣ୍ଡ ।
ଆଜିର ମ୍ୟାଚରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନରେ ଅର୍ଶଦୀପ ସିଂଙ୍କୁ ସୁଯୋଗ ମିଳିଛି । ଅର୍ଶଦୀପଙ୍କୁ ପ୍ରଥମ ଦୁଇଟି ମ୍ୟାଚରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା । ଏହାକୁ ନେଇ ଦଳ ପ୍ରବନ୍ଧକଙ୍କୁ କ୍ରିକେଟ୍ ସମୀକ୍ଷକ ସମାଲୋଚନା କରିଥିଲେ । ଅନ୍ୟପଟେ ନ୍ୟୁଜିଲାଣ୍ଡର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନି ।
ଭାରତୀୟ ଦଳ
ରୋହିତ ଶର୍ମା, ଶୁଭମନ ଗିଲ୍(ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ।
ନ୍ୟୁଜିଲାଣ୍ଡ ଦଳ
ଡେଭନ କନେଓ, ହେନରି ନିକୋଲାସ, ୱିଲ ୟଙ୍ଗ, ଡାରିଲ ମିଚେଲ୍, ଗ୍ଲେନ ଫିଲିପ୍ସ, ମିଚେଲ୍ ହାଏ(ୱିକେଟ୍ କିପର), ମିଚେଲ୍ ବ୍ରେସୱେଲ(ଅଧିନାୟକ), ଜାକାରି ଫଲକେସ, ଜୟଡେନ ଲେନକ୍ସ, କାଇଲ ଜେମିସନ, କ୍ରିଷ୍ଟନ କ୍ଲର୍କ ।
Also read: ଇନ୍ଦୋରର ଜଳ ସଙ୍କଟ: ୩ ଲକ୍ଷ ଟଙ୍କାର ଜଳ ବିଶୋଧକ ସ୍ଥାପନ କଲେ ଶୁଭମନ ଗିଲ୍