ନୂଆଦିଲ୍ଲୀ: ଆଜି ଚଳିତ ବିଶ୍ୱକପରେ ଖେଳାଯିବ ବଡ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ କ୍ୱାର୍ଟର ଫାଇନାଲର ରୂପ ନେଇଛି । ଅର୍ଥାତ ଏହି ମ୍ୟାଚ୍ ଯେଉଁ ଦଳ ଜିତିବ ସେମି ଫାଇନାଲରେ ପ୍ରବେଶ କରିବ । ହାରିବା ଦଳ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ । ଏହି ମୁକାବିଲା ପୂର୍ବରୁ ସମସ୍ତଙ୍କ ନଜର ଦୁଇ ଦଳର ହେଡ ଟୁ ହେଡ ରେକର୍ଡ ଉପରେ ରହିଛି । ଟି-୨୦ ଅନ୍ତର୍ଜାତୀୟରେ ମୋଟାମୋଟି ଟିମ୍ ଇଣ୍ଡିଆର ରେକର୍ଡ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ରହିଛି । ମାତ୍ର ଟି-୨୦ ବିଶ୍ୱକପରେ ହେଡ୍ ଟୁ ହେଡ୍ ମୁକାବିଲା ବେଶ ଚକିତ କର ରହିଛି ।
ଟି-୨୦ ଅନ୍ତର୍ଜାତୀୟରେ ଦୁଇ ଦଳ ମଧ୍ୟରେ ୩୦ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ଭାରତ ୧୯ଟି ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ ଜିତିଛି ୧୦ଟି ମ୍ୟାଚ୍ । ଗୋଟିଏ ମ୍ୟାଚର ଫଳାଫଳ ବାହାରି ପାରିନି । ମାତ୍ର ଟି-୨୦ ବିଶ୍ୱକପ୍ କଥା ଆସିଲେ ରେକର୍ଡ ପୂରା ଓଲଟା ରହିଛି । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ବିଶ୍ୱକପରେ ୪ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ୱେଷ୍ଟଇଣ୍ଡିଜ ୩ ଥର ଭାରତକୁ ମାତ୍ ଦେଇଛି । ୨୦୧୪ ଟି-୨୦ ବିଶ୍ୱକପରେ ଥରୁଟିଏ ଭାରତ ୱେଷ୍ଟଇଣ୍ଡିଜକୁ ହରାଇବାରେ ସକ୍ଷମ ହୋଇଛି ।
ଟି-୨୦ ବିଶ୍ୱକପରେ ଭାରତ ବନାମ ୱେଷ୍ଟଇଣ୍ଡିଜ
୨୦୦୯- ୱେଷ୍ଟଇଣ୍ଡିଜ ବିଜୟୀ
୨୦୧୦- ୱେଷ୍ଟଇଣ୍ଡିଜ ବିଜୟୀ
୨୦୧୪- ଭାରତ ବିଜୟୀ
୨୦୧୬- ୱେଷ୍ଟଇଣ୍ଡିଜ ବିଜୟୀ
ଚଳିତ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ଦଳ ଚମତ୍କାର ପ୍ରଦର୍ଶନ କରି ଆସିଛି । ଦଳରେ ଏକାଧିକ ହାଡ୍ ହିଟର ଅଛନ୍ତି, ଯିଏ ମ୍ୟାଚର ଗତିପଥ ବଦଳାଇବାକୁ ସମର୍ଥ । ଅନ୍ୟପଟେ ଭାରତ ମଧ୍ୟ ଲୟକୁ ଫେରିଛି । ହେଲେ ଭାରତ ପାଇଁ ବୋଲିଂ କିଛିଟା ଚିନ୍ତାର ବିଷୟ ପାଲଟିଛି । ମୋଟାମୋଟି କହିବାକୁ ଗଲେ ଆଜି ଭାରତ ବ୍ୟାଟର ଏବଂ ୱେଷ୍ଟଇଣ୍ଡିଜ ବ୍ୟାଟରଙ୍କ ମଧ୍ୟରେ ମୁକାବିଲା ହେବ ।
Also read: ବର୍ମିଂହାମ ଯାତ୍ରା କରୁଥିବା ପିଭି ସିନ୍ଧୁ ଦୁବାଇ ବିମାନବନ୍ଦରରେ ଫସିଲେ; ସୋସିଆଲ ମିଡିଆରେ କହିଲେ...