ନୂଆଦିଲ୍ଲୀ: ଭାରତୀୟ ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବିସିସିଆଇ ପକ୍ଷରୁ ଝଟକା ଲାଗିପାରେ । ଉଭୟଙ୍କ କେନ୍ଦ୍ରୀୟ ଚୁକ୍ତିନାମାରେ ଡିମୋସନ ହେବାର ସମ୍ଭାବନା ରହିଛି । କାରଣ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମାରେ ଏ ପ୍ଲସ କାଟାଗୋରୀ ସମାପ୍ତ କରିପାରେ । କେବଳଏ, ବି ଓ ସି କାଟାଗୋରୀ ଜାରି ରଖାଯାଇପାରେ ।
ଯଦି ଏମିତି ହୁଏ ତେବେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟତୀତ, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟ ଡିମୋସନ ହୋଇପାରେ । ଏହି ସବୁ ଖେଳାଳି ଗତ ବର୍ଷ ଏ ପ୍ଲସ ବର୍ଗରେ ଥିଲେ । ୨୦୨୫ ଅକ୍ଟୋବରରୁ ୨୦୨୬ ଡିସେମ୍ବର ପାଇଁ ବିସିସିଆଇକୁ ରିଟେନସିପର ଘୋଷଣା କରିବାର ଅଛି ।
ଏଏନଆଇ ରିପୋର୍ଟ ମୁତାବକ, ବିସିସିଆଇ ଏକ ପରିବର୍ତ୍ତିତ କେନ୍ଦ୍ରୀୟ ଚୁକ୍ତି ସିଷ୍ଟମ ଲାଗୁ କରିପାରେ । ଏହାରି ଆଧାରରେ ଗ୍ରେଡ ଏ ପ୍ଲସ ବନ୍ଦ କରି ଦିଆଯିବ । ଯଦି ବୋର୍ଡ ନୂଆ ମୋଡେଲକୁ ମଞ୍ଜୁରୀ ଦିଏ ତେବେ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଗ୍ରେଡ ବିରେ ରଖାଯିବାର ଆଶା ରହିଛି । ଏ ପର୍ଯ୍ୟନ୍ତ ଏ ପ୍ଲସ କାଟାଗୋରୀରେ ଥିଲେ । ଜାଡେଜାଙ୍କୁ ମଧ୍ୟ ବି କାଟାଗୋରୀରେ ରଖାଯାଇପାରେ । ମାତ୍ର ଯଶପ୍ରୀତ ବୁମରା ଏ କାଟାଗୋରୀରେ ରହିବେ ।
ଅଜିତ ଅଗକରଙ୍କ ନେତୃତ୍ୱାଧୀନ ଚୟନ କମିଟି ସେଣ୍ଟ୍ରାଲ କଣ୍ଟ୍ରାଲ ଢାଞ୍ଚାରେ ପରିବର୍ତ୍ତନର ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ଏ ପ୍ଲସ କାଟାଗୋରୀର ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳୁଥିଲା । ଏ ପାଇଁ ୫ କୋଟି, ବି ପାଇଁ ୩ କୋଟି ଏବଂ ସି ପାଇଁ ଏକ କୋଟି ଟଙ୍କା ଥିଲା । ନୂଆ କେନ୍ଦ୍ରୀୟ ଚୁକ୍ତିନାମା ଲାଗୁ ହେଲେ କେବଳ ଦିନିକିଆ ଖେଳୁଥିବା ରୋହିତ ଓ ବିରାଟଙ୍କୁ ବି କାଟାଗୋରୀରେ ରଖାଯିବ ।
Also read: ଅବସର ଘୋଷଣା କଲେ ସାଇନା ନେହୱାଲ, ଶରୀର ଦେଉନି ସାଥ୍