ନୂଆଦିଲ୍ଲୀ: ବାଂଲାଦେଶକୁ ଭାରତରେ କ୍ରିକେଟ୍ ଖେଳିବା ଉପରେ ରୋକ୍ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କରାଯାଇଛି । ଏହି ଯାଚିକା ଦେଖି କ୍ଷୁବ୍ଧ ବିଚାରପତି । ଅଦାଲତ କହିଛନ୍ତି, ଏହାକ ଛାଡି ଆଉ କିଛି କାମ କରନ୍ତୁ । ଏହା ସହିତ ପ୍ରଶ୍ନ କରିଛନ୍ତି ଯେ, ଅଦାଲତ ବୈଦେଶିକ ମନ୍ତ୍ରଣାଳୟର ନୀତିକୁ ନେଇ କେମିତି ନିଷ୍ପତ୍ତି ଦେଇ ପାରିବେ । ଏହା ସହିତ କୋର୍ଟ ଏମିତି ଯାଚିକା ଦାୟର ପାଇଁ ମୋଟା ଅଙ୍କର ଜରିମାନା ଲଗାଇବାକୁ ଚେତାବନୀ ଦେଇଛନ୍ତି । ହିନ୍ଦୁ ସମୁଦାୟ ଉପରେ ହେଉଥିବା ହମଲାକୁ ନେଇ ଜନସ୍ୱାର୍ଥ ମାମଲା ଦାୟର କରାଯାଇ ବାଂଲାଦେଶକୁ କୌଣସି ପ୍ରକାରେ ଭାରତରେ ଖେଳିବା ଉପରେ ରୋକ୍ ଲଗାଇବାକୁ ଅନୁରୋଧ କରାଯାଇଥିଲା ।
ମଙ୍ଗଳବାର ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ବିଚାରପତି ତେଜସ କାରିୟା ଦାଖଲ ଜନସ୍ୱାର୍ଥ ପିଟିସନ ଉପରେ ଶୁଣାଣି କରିଛନ୍ତି । ଖଣ୍ଡପୀଠ କହିଛନ୍ତି, ଏହା କେଉଁ ପ୍ରକାରର ଯାଚିକା । ଆପଣ କହୁଛନ୍ତି, କୋର୍ଟ ବୈଦେଶିକ ମାମଲା ସଂପର୍କିତ ନୀତିଗତ ନିଷ୍ପତ୍ତି ନେବା ଉଚିତ୍ । ଏହାକୁ ବୈଦେଶିକ ମନ୍ତ୍ରଣାଳୟକୁ ଛାଡି ଦେବା ଉଚିତ୍ । ଆପଣ ଆମକୁ ବାଂଲାଦେଶରେ ତଦନ୍ତ କରିବା ପାଇଁ କହୁଛନ୍ତି ? କଣ ଆମର ରିଟ୍ ପିଟିସନ ସେଠାକୁ ଯିବ ? କିଛି ଭଲ କାରଣ କୁହନ୍ତୁ । କଣ ଆମେ କୌଣସି ରିଟ୍ ଜାରି କରି ପାରିବୁ ।
କୋର୍ଟ କହିଛନ୍ତି, ଆଇସିସି ଟୁର୍ଣ୍ଣାମେଣ୍ଟର ଆୟୋଜକ । କଣ ଆମର ରିଟ୍ ଆଇସିସି ଉପରେ ଲାଗୁ ହେବ ? ଆପଣଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ଚେତାବନୀ ଦେଉଛୁ । ଆପଣ କହୁଛନ୍ତି ବାଂଲାଦେଶ ଉପରେ କଟକଣା ଲଗାଇବାକୁ ଆମେ ଆଇସିସିକୁ ନିର୍ଦ୍ଦେଶ ଦେବୁ । ଆପଣଙ୍କ ମସ୍ତିଷ୍କ ଠିକ୍ ଅଛି ତ । ମୁଖ୍ୟ ବିଚାରପତି ଯାଚିକାକର୍ତ୍ତାଙ୍କୁ କହିଛନ୍ତି ଯେ, ଆପଣ ଆଇନର ଛାତ୍ର ? ଆପଣ କୋର୍ଟର ସମୟ ବରବାଦ କରୁଛନ୍ତି । ବାଂଲାଦେଶ ସ୍ଥିତିର ସମାଧାନ ପାଇଁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ, ବାଂଲାଦେଶ କ୍ରିକେଟ୍ ବୋର୍ଡ, ଆଇସିସି କିମ୍ବା ଭାରତ ସରକାରଙ୍କୁ ରିଟ୍ ଦିଆଯାଇ ପାରିବ ନାହିଁ ।
Also read: ଆଜି ଏମିତି ହୋଇପାରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନ; ଗୋଟିଏ ସ୍ଥାନ ପାଇଁ ଦୁଇ ଦାବିଦାର