ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷାର୍ଥୀ (ଟ୍ରେନିଂ) ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡାଣ ସମୟରେ ଏକ ପୋଖରୀରେ ପଡ଼ି ଯିବାରୁ ଏହି ଦୁର୍ଘଟଣା ଘଟିଛି। ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବିକ, ବିମାନଟି ପାଣିରେ ବୁଡ଼ିବା ପୂର୍ବରୁ ନିୟନ୍ତ୍ରଣ ହରାଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ(NDRF) ଏବଂ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣା ସ୍ଥଳରେ ଘନ କଳା ଧୂଆଁ ଉଠିବା ଦେଖି ସ୍ଥାନୀୟ ବାସିନ୍ଦାମାନେ ସହାୟତା ପାଇଁ ଆଗେଇ ଆସିଥିଲେ। ଘଟଣାସ୍ଥଳରେ ବିମାନର ଭଗ୍ନାବଶେଷ ବିସ୍ତାରିତ ହୋଇ ପଡ଼ିରହିଛି । ତଦନ୍ତ ଚାଲିଥିବାରୁ ବିମାନକୁ ଏପର୍ଯ୍ୟନ୍ତ ବାହାର କରାଯାଇ ନାହିଁ।
ଅଧିକ ପଢନ୍ତୁ: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର; ନିଆଁ ଲାଗି ହୋଇଗଲା ସମ୍ପୂର୍ଣ୍ଣ ନଷ୍ଟ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର