ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବ୍ରହ୍ମପୁରରୁ ଗିରଫ କଲା କମିଶନରେଟ୍ ପୋଲିସ୍। ଅଭିଯୁକ୍ତ ଗିରଫ ହେଲେ ବାପିନି ସାବତ।
ଘଟଣା ମୁତାବିକ, ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ରଘୁଥିବା ଜଣେ ଯୁବତୀ ଏଭଳି ଅଭିଯୋଗ ଆଣିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ମୁତାବିକ ଦିର୍ଘ ଦିନ ଧରି ତାଙ୍କ ସହ ଯୁବକ ଜଣକ ଲିଭ୍ ଇନରେ ଥିଲେ। ହେଲେ ମଦ୍ୟ ପାନ କରି ମାଡ ମାରିବା ସହ ଯୁବତୀଙ୍କୁ ସେ ଗାଳି ଗୁଲଜ ମଧ୍ୟ କରୁଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ସଂପର୍କ ତୁଟିବା ପରେ ପୁଣି ଯୁବକ ଜଣଙ୍କୁ ତାଙ୍କ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ଯାହାକୁ ନେଇ ସେ ମାନସିକ ଚାପରେ ବି ରହୁଥିଲେ। ତାଙ୍କ ବିନା ଇଚ୍ଛାରେ ଜୋର ଜବରଦସ୍ତ କରିଥିବା ନେଇ ଥାନାରେ ଅଭିଯୋଗ ଆଣିବା ପରେ ଏବେ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ପରେ ଯୁବତୀଙ୍କ ଡାକ୍ତରି ମାଇନା ମଧ୍ୟ ହୋଇଛି। ସେପଟେ ଅଭିଯୁକ୍ତ ପ୍ରତିକ୍ରିୟାରେ କହିଛି ଯେ ଫସାଇ ଦିଆଯାଇଛି ବୋଲି।
ଅଧିକ ପଢନ୍ତୁ: ଧଉଳି ଗଣ ଦୁଷ୍କର୍ମ ମାମଲାରେ ଫେରାର ଅଭିଯୁ଼କ୍ତ ସାଗର ଜେନା ଗିରଫ; କ୍ରାଇମ୍ ସ୍ପଟ୍ ନିଆଯାଇ ଟିଆଇ ପରେଡ କରିବ କମିଶନରେଟ ପୋଲିସ