ସମ୍ୱଲପୁର : ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସମ୍ୱଲପୁର ବିଶ୍ଵବିଦ୍ୟାଳୟରେ ଘଟିଛି ଏହି ଦୁଃଖଦ। ମୃତ ଛାତ୍ର ଜଣକ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗ ଦ୍ଵିତୀୟ ବର୍ଷର ସୂରଜ କୁଜୁର। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବୋଲି ଜଣାପଡ଼ିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବରପାଇ ଘଟଣାସ୍ଥଳରେ ବୁର୍ଲା ପୋଲିସ ସମେତ ସମ୍ବଲପୁର ବିଶ୍ଵବିଦ୍ୟାଳୟ କୁଳପତି, କୁଳସଚିବ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
ସୂଚନା ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନରେ ସହପାଠୀମାନେ ସୂରଜଙ୍କୁ ମଧ୍ୟାହ୍ନ ଭୋଜନ କରିବା ପାଇଁ କବାଟ ବାଡ଼େଇଥିଲେ କିନ୍ତୁ ସେ କବାଟ ଖୋଲିନଥିଲେ। ସହପାଠୀମାନେ ସେ ଶୋଇଥାଇପାରନ୍ତି ଭାବି ଚାଲିଯାଇଥିଲେ। ପୁଣି ରାତ୍ର ଭୋଜନ ପାଇଁ ସହପାଠୀମାନେ କବାଟ ବାଡ଼େଇଥିଲେ। ତଥାପି ସେ କବାଟ ଖୋଲିନଥିଲେ। ତେଣୁ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଥିଲା। ତାଙ୍କ ସାଙ୍ଗମାନେ ଝରକାକୁ ଚଢ଼ି ଦେଖିଲା ବେଳକୁ ସେ ବେକରେ ରଶି ଲଗାଇ ଜୀବନ ହରିଦେଇଥିବା ନେଇ ଦେଖିବାକୁ ପାଇଥିଲେ।
ଏହାପରେ ସମସ୍ତ ସହପାଠୀମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ୍ ଏବଂ ବିଶ୍ଵବିଦ୍ୟାଳୟ କର୍ତ୍ତୃ ପକ୍ଷ ଘଟଣା ସ୍ଥଳରେ କେଉଁ କାରଣରୁ ଆତ୍ମ ହତ୍ୟା ପହଞ୍ଚିଥିଲେ। ତେବେ ସୂରଜ ଏ ଭଳି ଚରମ ପଦକ୍ଷେପ ନେଲେ ଲେ ତାହା ଜଣାପଡ଼ିନାହିଁ। କିନ୍ତୁ ତଦନ୍ତରୁ ଏହା ଜଣାପଡିଛି ଯେ ସେ ଆଜି ଚଳିତ ସେମିଷ୍ଟର୍ର ଶେଷ ବିଷୟ ହେଲ୍ଥ ଇକୋନିମିକ୍ସ ପରୀକ୍ଷା ଦେଇଥାନ୍ତେ। ତେଣୁ ପରୀକ୍ଷା ପାଇଁ କିମ୍ବା ଅନ୍ୟ କେଉଁ ଚାପ ଯୋଗୁ ସେ ଜୀବନ ହାରିଥିବା ନେଇ ପୋଲିସ ତଦନ୍ତ କରୁଛି।
ଅଧିକ ପଢନ୍ତୁ : ପୁଣି ଜୀବନ ନେଲା ଥାର, ରାଜଧାନୀ ରାଜରାସ୍ତାରେ ଗଡ଼ିଲା ମୁଣ୍ଡ