ସମ୍ବଲପୁର: ଲଘୁଚାପ ଜନିତ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ଆଉ ଦୁଇଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ଏବେ ଦୁଇଟି ଗେଟ୍ ଖୋଲିବା ପରେ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରର ଜଳସ୍ତର ୬୨୯.୩୧ ରହିଥିବାବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୯୯ ହଜାର ୬୧୧ କ୍ୟୁସେକ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ୧ ଲକ୍ଷ ୩୭ ହଜାର ୭୩୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଗେଟ୍ ଖୋଲାଯିବାକୁ ନେଇ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଳିଆ ଅଞ୍ଚଳକୁ ସତର୍କ ସୂଚନା ଦିଆଯାଇଛି ।
ଲଘୁଚାପ ପ୍ରଭାବରେ ରାଜ୍ୟର ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା, ବିଜୁଳି, ଘଡ଼ଘଡ଼ି ପାଇଁ ୨୦ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।