କଳାହାଣ୍ଡି: ଘରୋଇ ଫାର୍ମ ହାଉସ ମାଟି ତଳୁ ମିଳିଲା ଏକ ଅଜଣା ମୃତଦେହ। ମାଟି ତଳୁ ଅଧା ପୋତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସର ମାଟି ତଳୁ ଅଜଣା ମୃତଦେହ ଉଦ୍ଧାର କରାଯାଇଛି।
ସୋମବାର ସ୍ଥାନୀୟ ସଫେଇ କର୍ମଚାରୀ ସଫେଇ କରୁଥିବାବେଳେ ପୋତାଯାଇଥିବା ଅବସ୍ଥାରେ ମୃତ ମହିଳାଙ୍କ ଆଙ୍ଗୁଠି ଦେଖିଥିଲେ। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା।
ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ଜଣାପଡି ନାହିଁ। ତେବେ ସେ ଏଠାକୁ କିଭଳି ଆସିଲେ ଓ ତାଙ୍କ ମୃତ୍ୟୁ କେମିତି ହେଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି। ଏ ନେଇ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସନ୍ଦେହ କରାଯାଉଛି ଯେ, ମହିଳାଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥାଇପାରନ୍ତି। ପ୍ରମାଣ ନଷ୍ଟ କରିବା ପାଇଁ ଦୁର୍ବୃତ୍ତମାନେ ଫାର୍ମହାଉସରେ ମୃତଦେହକୁ ପୋତି ଦେଇପାରନ୍ତି।
ଅଧିକ ପଢନ୍ତୁ: ମନ୍ଦିର ତାଲା କାଟି ଲୁଟିନେଲେ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର