ପିଜ୍ଜା ପ୍ରେମୀଙ୍କ ପାଇଁ ଖୁସିଖବର। ଡୋମିନୋଜ୍ ଗ୍ରାହକଙ୍କ ପାଇଁ ବଡ଼ ଅଫର୍ ଆଣିଛି। ଜାତୀୟ ପିଜ୍ଜା ଦିବସ ଅବସରରେ ଡୋମିନୋଜ ଇଣ୍ଡିଆ ଏକ ଅନନ୍ୟ ପ୍ରତିଯୋଗିତା ଆରମ୍ଭ କରିଛି, ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ପ୍ରତି ମାସରେ ତିନି ଜଣ ଲକି ବିଜେତାଙ୍କୁ ଏକ ବର୍ଷ ପାଇଁ ମାଗଣା ପିଜ୍ଜା ଦିଆଯିବ। କିନ୍ତୁ ଏଥିପାଇଁ କମ୍ପାନୀର ଏକ ସର୍ତ୍ତ ମଧ୍ୟ ରହିଛି।
ଡୋମିନୋଜ ଇଣ୍ଡିଆ ଏକ୍ସରେ ଏକ ଅନନ୍ୟ ପ୍ରତିଯୋଗିତା ଆରମ୍ଭ କରିଛି। ଏଠାରେ ଆପଣଙ୍କୁ କେବଳ ଆପଣଙ୍କର ସୃଜନଶୀଳତା ପ୍ରକାଶ କରିବାକୁ ପଡ଼ିବ ଏବଂ ଆପଣ ଏହି ମାଗଣା ପିଜ୍ଜାର ଯୋଗ୍ୟ କାହିଁକି ତାହା ବୁଝାଇବାକୁ ପଡିବ। ସର୍ତ୍ତ ହେଉଛି, ଆପଣଙ୍କୁ ଏକ୍ସରେ #DearDominosIndia ହ୍ୟାସଟ୍ୟାଗ ସହିତ ଆପଣଙ୍କର ଉତ୍ତର ପୋଷ୍ଟ କରିବାକୁ ପଡିବ। ଏବଂ ଯାହାର ଉତ୍ତର ମନକୁ ପାଇବ, ସମାନଙ୍କୁ ଲକି ଡ୍ର ମଧ୍ୟ ୩ ଜଣ ଭାଗ୍ୟଶାଲୀ ବିଜେତା ଘୋଷଣ କରାଯିବ, ଯାହାଙ୍କୁ ପୁରସ୍କାର ସ୍ୱରୂପ, ତିନୋଟି ଶ୍ରେଷ୍ଠ ବିଜେତାଙ୍କୁ ୧୨ ମାସ ପାଇଁ ଅର୍ଥାତ ବର୍ଷ ସାରା ପ୍ରତି ମାସରେ ୫୦୦ ମୂଲ୍ୟର ଏକ ପିଜ୍ଜା ଭାଉଚର ମିଳିବ।
ଏହା ଉଲ୍ଲେଖନୀୟ ଯେ, ପିଜ୍ଜା ଇଟାଲୀର ନେପଲ୍ସରେ ଆରମ୍ଭ ହୋଇଥିଲା, କିନ୍ତୁ ଆଜି ଏହା ପ୍ରତ୍ୟେକ ଭାରତୀୟ ଘରେ ପ୍ରିୟ ହୋଇପାରିଛି। ଜାତୀୟ ପିଜ୍ଜା ଦିବସରେ ଡୋମିନୋଜ ଦ୍ୱାରା କରାଯାଇଥିବା ଏହି ପଦକ୍ଷେପ ପ୍ରମାଣ କରେ ଯେ, ପିଜ୍ଜା କେବଳ ଖାଦ୍ୟ ନୁହେଁ, ଏହା ଏକ ଭାବନା।