ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ କୁମାର ପାଢ଼ୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ଅତିରିକ୍ତ ମୁଖ୍ୟ ଶାସନ ସଚିବଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜସ୍ୱ ବିଭାଗର ଦାୟିତ୍ୱ ନେବା ପରେ ସମସ୍ତ ଅଧିକାରୀ, କର୍ମଚାରୀଙ୍କୁ ୧୦ଟି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ବିଶ୍ୱାସଭାଜନ ହେବା ସହିତ ଦୁର୍ନୀତି ମୁକ୍ତ ହେବା ଏବଂ କାର୍ଯ୍ୟାଳୟରେ ନିଶା ଦ୍ରବ୍ୟ ସେବନ ଉପରେ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ । ଏ ନେଇ ସମସ୍ତ ଜିଲ୍ଲା, ତହସିଲ ତଥା ସମସ୍ତ କ୍ଷେତ୍ର କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଚିଠି ଲେଖିଛନ୍ତି ।
ମୁଖ୍ୟ ଶାସନ ସଚିବ କର୍ମଚାରୀଙ୍କୁ ୧୦ଟି ବିନ୍ଦୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମରେ ରାଜସ୍ୱ ପ୍ରଶାସନକୁ ଜନମୁଖୀ, ଉତ୍ତରଦାୟୀ ତଥା ବିଶ୍ୱସନୀୟ କରିବା ପ୍ରାଥମିକ ଦାୟିତ୍ୱ ।
ଦ୍ୱିତୀୟରେ ମୁଖ୍ୟ ଶାସନ ସଚିବ ଆଇପିଏସ୍ ସୂତ୍ର ଅର୍ଥାତ୍ ଇଣ୍ଟିଗ୍ରିଟୀ, ପ୍ରଫେସନାଲିଜିମ୍ ଏବଂ ସେନ୍ସିଟିଭିଟୀ ଅନୁସରକରଣ କରିବାକୁ ପରାମର୍ଶ ଦେଇଛନ୍ତି । ଶାସନ ସଚିବ ପ୍ରତ୍ୟେକ କାର୍ଯ୍ୟ ଓ ନିଷ୍ପତ୍ତିରେ ସଚ୍ଚୋଟତା, ବୃତ୍ତିଗତ ନିଷ୍ଠା ଓ ସମ୍ବେଦନଶୀଳତା (Integrity, Professionalism and Sensitivity - IPS) ନୀତିକୁ ଦୃଢ଼ତାର ସହିତ ଅନୁସରଣ କରିବାକୁ କହିଛନ୍ତି । ସଚ୍ଚୋଟତା ସହ କୌଣସି ପରିସ୍ଥିତିରେ ସାଲିସ୍ କରନ୍ତୁ ନାହିଁ । ବୃତ୍ତିଗତ ନିଷ୍ଠା ଆମ ଆଚରଣ ଓ କାର୍ଯ୍ୟଫଳରେ ପ୍ରତିଫଳିତ ହେବା ଉଚିତ । ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି, ବିଶେଷକରି ଗରିବ, ସମ୍ବେଦନଶୀଳ ବର୍ଗ (ଏସ୍ସି/ଏସ୍ଟି) ଟି) ଏବଂ ସଙ୍କଟାପ ପନ୍ନ ଲୋକମାନଙ୍କ ସହିତ ବ୍ୟବହାରରେ ସମ୍ବେଦନଶୀଳତା ଆମର ଧେୟ ହେବା ଉଚିତ୍ ।
ତୃତୀୟରେ ସାଧାରଣ ନାଗରିକଙ୍କର ଅଭିଯୋଗକୁ ସମୁଚିତ ସମୟରେ ଏବଂ ସଫଳତାର ସହ ସହ ସମାଧାନ କରିବା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ । ଅଭିଯୋଗର ନ୍ୟାୟୋଚିତ ଶୁଣାଣି, ଯୁକ୍ତିସଙ୍ଗତ ନିଷ୍ପତ୍ତି ଏବଂ ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ।
ଚତୁର୍ଥରେ ସ୍ୱଚ୍ଛତା, ପାରଦର୍ଶିତା, କାର୍ଯ୍ୟଦକ୍ଷତା ପ୍ରଦାନରେ ଗୁଣାତ୍ମକ ମୂଲ୍ୟବୃଦ୍ଧି ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର କରିବାକୁ ଆହ୍ୱାନ କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ଡିଜିଟାଲ୍ ଉପକରଣ ଏକ ବିକଳ୍ପ ନୁହେଁ ବରଂ ଉତ୍କୃଷ୍ଟ ଶାସନ ଓ ଦାୟିତ୍ବବଦ୍ଧତାର ଏକ ସକ୍ରିୟ ସାଧନା । ଏହାର ସଫଳ ବ୍ୟବହାର ଏବଂ କାର୍ଯ୍ୟକାରିତା ଦ୍ବାରା ବ୍ୟବସ୍ଥାରେ ବିଳମ୍ୱ ଓ ନାଗରିକଙ୍କ ସମସ୍ୟାକୁ ହ୍ରାସ କରିବା ଆମର ସର୍ବାଦୌ ପ୍ରଥମ ଲକ୍ଷ୍ୟ ହେବା ଉଚିତ୍।
ପଞ୍ଚମରେ ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ସପ୍ତାହରେ ଅତି କମ୍ରେ ଗୋଟିଏ ଦିନ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ରାଜ୍ୟର ସମସ୍ତ ରାଜସ୍ୱ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ହସ୍ତତନ୍ତ ଲୁଗା ପରିଧାନ ଧ୍ୟାନ କରିବେ । ଯଦି ସପ୍ତାହର ଅନ୍ୟ କୌଣସି ଦିନ ପରିଧାନ କରିଥାନ୍ତି, ତାହା ମଧ୍ୟ ଗ୍ରହଣଯୋଗ୍ୟ I ଏହା ଆମ କୌଳିକ ବୃଦ୍ଧିର ପରମ୍ପରାକୁ ବଜାୟ ରଖୁଥୁବା ବୁଣାକାର ଓ କାରିଗରମାନଙ୍କ କୃତିତ୍ୱ ଏବଂ ଦକ୍ଷତା ପ୍ରତି ସମୁଚିତ ସମ୍ମାନ ହେବ ବୋଲି ଶ୍ରୀଯୁକ୍ତ ପାଢ଼ୀ କହିଛନ୍ତି ।
ଷଷ୍ଠରେ ଲୋକସେବାରେ ନିଜର କର୍ତ୍ତବ୍ୟ ପାଳନ ସମୟରେ ଶିଷ୍ଟାଚାର ଓ ଶୃଙ୍ଖଳା ରକ୍ଷା କରିବାକୁ ନିର୍ଦ୍ଦେଶ ରହିଛି । କୌଣସିଣସି ଅଧିକାରୀ କିମ୍ବା କର୍ମଚାରୀ ସାର୍ବଜନୀନ ସ୍ଥାନରେ କିମ୍ବା ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସମୟରେ ପାନ, ତମାଖୁ ଜାତୀୟ ଦ୍ରବ୍ୟ ସେବନ, ଧୂମ୍ରପାନ କିମ୍ବା ମଦ୍ୟପାନ କରି ପାରିବେ ନାହିଁ I ଯଦି କେହି ଉଲଂଘନ କରୁଥିବା ନଜରକୁ ଆସେ ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I କୌଣସି ପରିସ୍ଥିତିରେ ବିଭାଗର ପ୍ରତିଛବିକୁ ମଳିନ କରୁଥିବା ଏପରି ବିଶୃଙ୍ଖଳିତ ବ୍ୟବହାରକୁ ସହ୍ୟ କରାଯିବ ନାହିଁ।
ସପ୍ତମରେ ଦୁର୍ନୀତି ପ୍ରତି ଆମର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯିବ । ରାଜସ୍ୱ ସମ୍ବନ୍ଧୀୟ ବିଷୟ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ବିଭାଗରେ ଆଦୌ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ସଚ୍ଚୋଟ ଏବଂ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାକୁ ସମ୍ମାନ ଓ ପୁରସ୍କାର ଦିଆଯିବ । ଦୁର୍ନୀତି ପୃଷ୍ଠପୋଷକ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅଷ୍ଟମରେ ବିନା ଭୟ ପକ୍ଷପାକ୍ଷିତରେ ସଚ୍ଚୋଟ, ସକ୍ରିୟ ଏବଂ ଫଳସ୍ୱରୂପ ପଦକ୍ଷେପ ନେଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିଜମା ସମେତ ସମସ୍ତ ସରକାରୀ ଜମିର ସୁରକ୍ଷା କରିବେ ।
ନବମରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ଉପରେ ଆମେ ସର୍ବଦା ଗୁରୁତ୍ଵ ଦେବେ । ଶେଷରେ ସମସ୍ତ ସରକାରୀ ପତ୍ର ବିନିମୟ ଏବଂ ଯୋଗାଯୋଗରେ ଯଥାସମ୍ଭବ ଓଡ଼ିଆ ଭାଷା ବ୍ୟବହାର କରିବା ନିମ ନିମନ୍ତେ ମୁଖ୍ୟ ଶାସନ ସଚିବ ଚିଠିରେ ଆହ୍ଵାନ କରିଛନ୍ତି ।
ଦଶମରେ ମୁଖ୍ୟ ଶାସନ ସଚିବ ଏସମସ୍ତ କ୍ଷେତ୍ରରେ ବିଭାଗର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଲୋଡ଼ିଛନ୍ତି ।