ଭୁବନେଶ୍ୱର: ଆସନ୍ତା ରବିବାର ପବିତ୍ର ମହାଶିବ ରାତ୍ରି । ରାତି ୧୦ଟାରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବ । ଏ ନେଇ ଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର ସୂଚନା ଦେଇଛନ୍ତି ।
ମହାଶିବରାତ୍ରି ପାଳନ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଫେବ୍ରୁଆରୀ ୧୫ ତାରିଖ ରବିବାରରେ ହିଁ ଶିବରାତ୍ରି ପାଳନ ହେବ । ଶିବରାତ୍ରି ପାଳନ ନେଇ କୌଣସି ଦ୍ଵନ୍ଦ୍ୱ ନାହିଁ । ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା ପରିକ୍ରମା ପଡ଼ିଥାଏ ସେହି ଦିନ ମହାଶିବରାତ୍ରି ହେବ । ଫେବ୍ରୁଆରୀ ୧୫ ତାରିଖ ରାତି ସମୟରେ ଚତୁର୍ଦ୍ଦଶୀ ରହୁଛି ଓ ବେଢ଼ା ପରିକ୍ରମା ପଡୁଛି । ତେଣୁ ସେହିଦିନ ଶିବରାତ୍ରି ପାଳନ ହେବ । ରାତି ୧୦ଟାରେ ମହାଦୀପ ଉଠିବ । ଏହା ସହିତ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯିବ ।