କୋଣାର୍କ : ପୁଣି ମନ୍ଦିରରେ କଳାକନା ବୁଲାଇଲେ ଚୋର। ମନ୍ଦିର ତାଲା କାଟି ଲୁଟିନେଲେ ୫ଲକ୍ଷରୁ ଅଧିକ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ଏହାସହିତ ଦାନହୁଣ୍ଡିରେ ଥିବା ସମସ୍ତ ଅର୍ଥ ମଧ୍ୟ ଲୁଟି ନେଇଛନ୍ତି। ପୁରୀ ଜିଲ୍ଲା ଗୋପ ଥାନା ଶୋଳପୁର ଗାଁର ମା ଏଡ଼େଙ୍ଗେଇ ଠାକୁରାଣୀଙ୍କ ମନ୍ଦିରରେ ଏହି ଲୁଟ ହୋଇଛି। ଘଟଣାସ୍ଥାନରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ପୁରୀ ଜିଲ୍ଲା ଗୋପ ଥାନା ଶୋଳପୁର ଗାଁର ମା ଏଡ଼େଙ୍ଗେଇ ଠାକୁରାଣୀଙ୍କ ମନ୍ଦିରରେ ଲୁଟ ପାଇଁ ପଶିଥିଲେ। ପ୍ରଥମେ ମନ୍ଦିର ତାଲା କାଟି ଦାନହୁଣ୍ଡି ତାଲା ଭାଙ୍ଗିବା ସହିତ ୫ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ସକାଳୁ ମନ୍ଦିର ପୂଜକ ମନ୍ଦିର ଖୋଲିଲା ବେଳେ ସମସ୍ତ ଜିନିଷପତ୍ର ଏଣେତେଣେ ପଡିଥିବାର ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ଅଧିକ ପଢନ୍ତୁ ;କାନ୍ଥ କଣା କରି ଲୁଟି ନେଲେ ୧ କୋଟି ଟଙ୍କାର ସୁନା ଗହଣା