ଭୁବନେଶ୍ୱର: ବଢୁଛି ପାରଦ, ବଢୁଛି ତାତି । ଧୀରେଧୀରେ କମୁଛି ଶୀତର ପ୍ରକୋପ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ସାମାନ୍ୟ ଥଣ୍ଡା ଅନୁଭୁତ ହେଉଥିବା ବେଳେ ଅପରାହ୍ନରେ ଗରମ ଅନୁଭୁତ ହେଉଛି । ଏହାସହ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାତିରେ ଶୀତ କ୍ରମଶଃ ହ୍ରାସ ପାଇବ । ଏହା ପରେ ପାରଦ ଉପରକୁ ଉଠିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ରବିବାର ରାତିରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇ ଥିବାବେଳେ ରାଉରକେଲାରେ ୯.୧, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ, ସୁନ୍ଦରଗଡ଼ ଓ ନବରଙ୍ଗପୁରରେ ୧୦.୬ ଡିଗ୍ରୀ, ଭବାନୀପାଟଣାରେ ୧୧ ଡିଗ୍ରୀ, ରାୟଗଡ଼ା, ସୋନପୁର, କୋରାପୁଟ, ଢ଼େଙ୍କାନାଳ, ବାରିପଦା, କେନ୍ଦୁଝର, ତାଳଚେରରେ ପାରଦ ୧୨ରୁ ୧୩ ଡିଗ୍ରୀ ମଧ୍ୟରେ ରହିଥିଲା । ସେହିପରି ଆଗାମୀ ୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇପାରେ । ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଅନୁମାନ କରାଯାଇଛି ।