ବାଲେଶ୍ୱର: ଜିଲ୍ଲାର ସୋର ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ଲୁଟ୍ ହୋଇଛି । ସୋରା ଥାନା କେଶରୀପୁରରୁ ଏକ ଗହଣା ଦୋକାନରୁ ସୁନା ଓ ରୁପା ଗହଣା ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ମାଲିକ କହିଛନ୍ତି ।
କେଶରୀପୁର ସ୍ଥିତ ଫଟା ଅର୍ଜୁନ ଛକରେ ରାଜେନ୍ଦ୍ର କୁମାର ସାହୁଙ୍କର ନୀଳମଣି ଜୁଏଲାରୀ ନାମରେ ଏକ ଗହଣା ଦୋକାନ ରହିଛି । ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ହେଲେ ବିଳମ୍ବିତ ରାତିରେ ଲୁଟେରାମାନେ ଦୋକାନରେ କଳାକନା ବୁଲାଇ ଦେଇଛନ୍ତି । ଲୁଟେରାମାନେ ଦୋକାନ ଘରର କାନ୍ଥ ଭାଙ୍ଗି ପଶିଥିଲେ । କାନ୍ଥରେ ଏକ କଣା କରି ଦୋକାନରୁ ଲୁଟ୍ କରିଛନ୍ତି । ପ୍ରାୟ ୮୦ ଲକ୍ଷ ଟଙ୍କାର ସୁନା ଓ ୫ କିଲୋ ଓଜନର ରୁପା ଗହଣା ଏବଂ ୧୦ ହଜାର ଟଙ୍କା ନଗଦ ଟଙ୍କା ଲୁଟି ନେଇଛନ୍ତି ।
ଆଜି ସକାଳୁ ମାଲିକ ରାଜେନ୍ଦ୍ର କୁମାର ଦୋକାନ ଖୋଲିବା ବେଳକୁ ତାଙ୍କ ପାଦ ତଳୁ ମାଟି ଖସିଯାଇଛି । ସେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ଏ ନେଇ ତୁରନ୍ତ ସୋର ଥାନା ପୋଲିସକୁ ଖବର ଦେଇଛନ୍ତି । ପୋଲିସ ଦୋକାନରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।