ଭାରତ ଇତିହାସରେ ହେବାକୁ ଯାଉଛି ସବୁଠାରୁ ବଡ଼ ପ୍ରତିରକ୍ଷା ରାଜିନାମା।ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଗ୍ରୀନ ସିଗନାଲ ମିଳି ସାରିଛି। ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ଫ୍ରାନସଠାରୁ କିଣାଯିବ ଆଉ ୧୧୪ଟି ରାଫେଲ୍। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍ସିଲ୍(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଭାରତ ଗସ୍ତ ପୂର୍ବରୁ ବାୟୁସେନା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱାଧୀନ ଡିଏସିକୁ ଏହି ପ୍ରସ୍ତାବ ଦିଆଯିବ।
ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ନୂଆଦିଲ୍ଲୀଠାରେ ଆୟୋଜନ ହେବାକୁ ଯାଉଥିବା ଏଆଇ ସମ୍ମିଳନୀରେ ଯୋଗ ଦେବାକୁ ଚଳିତ ମାସ ୧୫ରୁ ୧୭ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସୁଛନ୍ତି। ଏହି ସମୟରେ ଫ୍ରାନସ୍ ରାଷ୍ଟ୍ରପତିଙ୍କ ସହ ଭାରତର ଅନ୍ୟ କିଛି ଦ୍ୱିପାକ୍ଷିକ ଚୁକ୍ତିରେ ବି ସ୍ଵାକ୍ଷର କରିପାରେ। ବାୟୁସେନା ରଖିଥିବା ପ୍ରସ୍ତାବ ମଧ୍ୟରେ ୧୧୪ଟି ରାଫାଲ୍ ମଧ୍ୟରୁ ୧୮ଟି ଫ୍ରାନ୍ସରୁ ଆମଦାନୀ କରାଯିବ। ବାକି ୯୬ ବିମାନ ଘରୋଇ ଉଦ୍ୟୋଗ ସହଯୋଗିତାରେ ଭାରତରେ ନିର୍ମାଣ କରାଯିବ। ଏଥିପାଇଁ ମୋଟ ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବ।
ବର୍ତ୍ତମାନ ଭାରତୀୟ ବାୟୁସେନାରେ ୩୬ଟି ରାଫଲ୍ ନିୟୋଜିତ ରହିଛି। ଅପରେସନ ସିନ୍ଦୂର ବେଳେ ଏହି ବିମାନଗୁଡିକ ଦ୍ୱାରା ଭାରତୀୟ ବାୟୁସେନା ଚମତ୍କାରିତା ଦେଖାଇ ପାକିସ୍ତାନର ବହୁ ପ୍ରତିରକ୍ଷା ଅନୁଷ୍ଠାନ ଏବଂ ଆତଙ୍କବାଦୀ ଶିବିରଗୁଡିକ ଉପରେ ଆକ୍ରମଣ କରିଥିଲା।
ଅଧିକ ପଢନ୍ତୁ: ଫସି ରହିଥିବା ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ଏବେ ଉଡ଼ାଣ ପାଇଁ ପ୍ରସ୍ତୁତ