ବନ୍ଧାହେଲେ ବିଡିଓ ମ୍ୟାଡାମ । ବିଡିଓଙ୍କ ଗାଡିରୁ ଜବତ ହେଲା ମୋଟା ଅଙ୍କର ଟଙ୍କା । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଡିଓ ଅକ୍ଷମିତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଭବାନୀପାଟଣାରୁ ପୈତୃକ ଘର କୋରାପୁଟ ଯାଉଥିବା ବେଳେ ଭବାନୀପାଟଣା ଜୁନାଗଡ ମଧ୍ୟରେ ଜାରିଙ୍ଗ ଠାରେ ତାଙ୍କୁ ଅଟକାଇଥିଲା ଭିଜିଲାନ୍ସ । ଆଉ ଗାଡି ମଧ୍ୟରୁ ଜବତ କରିଥିଲା ୫ ଲକ୍ଷରୁ ଅଧିକ ଟଙ୍କା । ତେବେ ଏ ବାବଦରେ ବିଡିଓ ମ୍ୟାଡାମଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଯାହାକୁ ନେଇ ଭିଜିଲାନ୍ସର ସନ୍ଦେହ ବଢିଥିଲା । ବିଡ଼ିଓଙ୍କ ବ୍ୟତୀତ ଏହି ଗାଡିରେ ଥିବା ଏପିଓ କ୍ଷେତ୍ରମୋହନ ମାଝୀ, ବ୍ଲକ ପ୍ରୋଗ୍ରାମ କୋଡ଼ିନେଟର ମଧୁସୂଦନ ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖିଥିବା ଜଣାପଡିଛି । ସେହିଭଳି ଅକ୍ଷମିତା କାର୍ତ୍ତିକଙ୍କ ପୈତୃକ ଘର କୋରାପୁଟ, ଭୁବନେଶ୍ୱର, ରାୟଗଡ଼ା ଏବଂ ଗୋଲାମୁଣ୍ଡା ବ୍ଲକ ର ଦୁଇ ଜାଗା ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।
ବିଡ଼ିଓ ଅକ୍ଷମିତା କାର୍ତ୍ତିକ ତେନ୍ତୁଳୀଖୁଣ୍ଟି ବ୍ଳକ ରେ ମଧ୍ୟ ଟଙ୍କା ଖାଇ ନିଲମ୍ୱିତ ହୋଇଥିଲେ ଓ ରାୟଗଡା ଜିଲ୍ଲା ଅଧିନ ଗୁଣପୁର ତହସିଲ ର ତହସିଲଦାର ଥିବା ସମୟରେ ମଧ୍ୟ ପ ଲାଞ୍ଚ ଖାଇ ଆଇନଜୀବୀ ମାନଙ୍କ ସହିତ ଝଗଡା କରି ଥାନା ରେ ମଧ୍ୟ ଶ୍ରୀମତୀ କାର୍ତିକ ମେଡମ ଙ୍କ ନାମରେ କେସ ହୋଇ ଥିଲା । ଗୋଲାମୁଣ୍ଡା ବିଡ଼ିଓ ତଥା ବିଜୁ ଜନତା ଦଳର ଜଣେ ଏଜେଣ୍ଟ ଭାବରେ କାମ କରି ଆସୁଥିବା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ଅତି ଖାସ ଲୋକ ଅକ୍ଷୟ ମିତା କାର୍ତିକ ଙ୍କୁ ଗିରଫ କରିଛି ଜୟପୁର ଭିଜିଲାନ୍ସ, ବିଡ଼ିଓ ମହାଶୟା ପୂର୍ବ ସମୟରେ ନବରଙ୍ଗପୁର ଜିଲ୍ଲା କୋଷାଗୁମଡ଼ା ବ୍ଲକ ରେ କୋଭିଡ ଟଙ୍କା ଆତ୍ମ ସାତ କରି ନିଲମ୍ବନ ହୋଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ । ଜୁନାଗଡ଼ ବିଧାୟକ କୋରାପୁଟ ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବା ବେଳେ ଏହି ଲାଞ୍ଚୁଆ ବିଡ଼ିଓ ଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ କୁ ବିଡ଼ିଓ କରି ଆଣିଥିଲେ । ବର୍ତ୍ତମାନ ଶ୍ରୀମତୀ କାର୍ତ୍ତିକ ଗୋଲାମୁଣ୍ଡା ସିସିପିଓ ଦାୟିତ୍ୱ ରେ ମଧ୍ୟ ଥାଇ ଛତୁଆ ଟଙ୍କା ଖାଉ ଥିଲେ ବୋଲି ଅଭିଯୋଗ ହେଉଥିଲା ।