ଭୁବନେଶ୍ବର: ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଡାଇରିଆ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଦିନକୁ ଦିନ ସ୍ଥିତି ଅଣାୟତ୍ତ ହେଉଛି । ହଇଜା ସ୍ଥିତିର ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ହଇଜା ସ୍ଥିତିର ସମୀକ୍ଷା କରିଥିଲେ । ଏନେଇ କେନ୍ଦ୍ରୀୟ ଟିମ ମଧ୍ୟ ଓଡ଼ିଶା ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ପାଣି ପାଇଁ ବ୍ୟାପିଛି ଡାଇରିଆ ବୋଲି କେନ୍ଦ୍ରୀୟ ଟିମ ସୂଚନା ଦେଇଛନ୍ତି ।
ଆଜି ହଇଜା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ୩ଟି ଜିଲ୍ଲାକୁ ଗସ୍ତ କରି ଗ୍ରାଉଣ୍ଡ ଜିରୋର ରିପୋର୍ଟ ପ୍ରଦାନ କରିବେ ରାଜ୍ୟ ଟିମ୍ । ରାଜ୍ୟସ୍ତରୀୟ ଟିମ୍ ଯାଜପୁର,କଟକ ଓ ଭଦ୍ରକ ଗସ୍ତ କରି ରିପୋର୍ଟ ପ୍ରଦାନ କରିବେ । ସମ୍ବେଦନଶୀଳ ଜିଲ୍ଲା ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ହୋଇଥିବାରୁ ସେଠାରେ କିପରି ଡାଇରିଆକୁ ପ୍ରତିହତ କରି ହେବ ସେନେଇ ମଧ୍ୟ ଆଲୋଚନା କରାଯାଇଛି । ବିଶୁଦ୍ଧ ପାଣି ପିବ ସହିତ ପାଣିକୁ ଫୁଟାଇ ଥଣ୍ଡା କରି ପିଇବା ଓ ବ୍ୟବହାର କରିବା ପାଇଁ ସଚେତନ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ କୋର ଟିମ ଗଠନ ହେବ। ଯାହାକୁ CDMO ପରିଚାଳନା କରିବେ । ସମସ୍ତ ଜଳ ଉତ୍ସକୁ ବିଶୁଦ୍ଧିକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ୩ଦିନରେ ଜଳ ଉତ୍ସର ବିଶୋଧନ କରାଯିବ । ସମସ୍ତଙ୍କୁ ସତର୍କତାର ସହିତ ରହିବ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।