ନୂଆଦିଲ୍ଲୀ: ଇରାନର ଏକ ମିସାଇଲ ଗୁରୁବାର ଭୋର ସକାଳେ ଦକ୍ଷିଣ ଇସ୍ରାଏଲର ମୁଖ୍ୟ ହସ୍ପିଟାଲ ଉପରେ ଖସିଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା କୁହାଯାଉଛି । ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଇସ୍ରାଏଲ ମିିଡିଆ ହସ୍ପିଟାଲ ଉପରେ ମିସାଇଲ ପଡିବା ପରର ଦୃଶ୍ୟ ସେୟାର କରିଛନ୍ତି । ଇରାନ ତେଲ ଅଭିଭରେ ଏକ ଉଚ୍ଚ ଅଟ୍ଟାଣିକା ଉପରେ ହମଲା କରିଛି । ଏହି ଅନୁସାରେ, ହମଲାରେ ଅତି କମରେ ୪୦ ଜଣ ଆହତ ହୋଇଛନ୍ତି ।
ଇରାନର ମିସାଇଲ ସୋରୋକା ମେଡିକାଲ ସେଣ୍ଟରକୁ ଟାର୍ଗେଟ୍ କରିଛି । ଏହି ମେଡିକାଲ ଇସ୍ରଏଲର ଦକ୍ଷିଣରେ ସ୍ଥିତ ମୁଖ୍ୟ ହସ୍ପିଟାଲ । ହସ୍ପିଟାଲ୍ ଅନୁଯାୟୀ, ଏଠାରେ ହଜାରେରୁ ଅଧିକ ଶଯ୍ୟା ରହିଛି । ଏହା ଦକ୍ଷିଣରେ ୧୦ ଲକ୍ଷରୁ ଅଧିକ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥାଏ । ମିସାଇଲ ଆକ୍ରମଣରେ କେନ୍ଦ୍ରର ଅନେକ ଅଂଶ କ୍ଷତିଗ୍ରସ୍ତ ହୋଇଛି । ଜରୁରୀକାଳୀନ କକ୍ଷରେ ସାମାନ୍ୟ ଆହତ କିଛି ଲୋକଙ୍କ ଚିକିତ୍ସା ଜାରି ରହିଛି । ସ୍ଥିତିକୁ ଦେଖି ହସ୍ପିଟାଲରେ ନୂଆ ରୋଗୀଙ୍କ ଭର୍ତ୍ତି ଉପରେ ରୋକ ଲଗାଯାଇଛି । ତେବେ ଇରାନର ଏହି ହମଲାରେ ମେଡିକାଲରେ କେତେ ଜଣ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ଜଣା ପଡିନି ।
ଏହା ମଧ୍ୟରେ ଇସ୍ରାଏଲ ବି ଇରାନର ଅରାକ ଭାରୀ ଜଳ ରିଆକ୍ଟର ଉପରେ ହମଲା କରିଛି । ଇରାନର ବିଶାଳ ପରମାଣୁ କାର୍ଯ୍ୟକ୍ରମ ଉପରେ ହମଲାର ଏହା ସପ୍ତମ ଦିନ ଥିଲା । ଇସ୍ରାଏଲ ସାତ ଦିନ ପୂର୍ବେ ଇରାନର ସୈନ୍ୟ ସ୍ଥଳ, ବରିଷ୍ଠ ଅଧିକାରୀ ଓ ଆଣବିକ ବୈଜ୍ଞାନିକଙ୍କୁ ଟାର୍ଗେଟ୍ କରି ହମଲା କରିଥିଲା । ଏହା ପରଠୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ବଢିବାରେ ଲାଗିଛି ।