ନେପାଳରେ ଏକ ବଡ ଦୁଃଖଦ ସଡକ ଦୁର୍ଘଟଣା ଘଟିଛି । ନେପାଳର ରୋଲପା ଅଞ୍ଚଳରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଜିପ୍ ପାହାଡ଼ରୁ ତଳକୁ ଖସିବା କାରଣରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ପୋଲିସ ଗୁରୁବାର ଏନେଇ ସୂଚନା ଦେଇଛନ୍ତି । ରୁକୁମ୍ ରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଜିପ୍ ଥାବାଙ୍ଗ ଗ୍ରାମୀଣ ପୌରପାଳିକାର ୱାର୍ଡ ନମ୍ବର ୧ ରେ ଏକ ପାହାଡ଼ରୁ ଖସି ପଡ଼ିଥିଲା। ୱାର୍ଡ ୧ ଓ ୱାର୍ଡ ୪ ସୀମାବର୍ତ୍ତୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ ପୂର୍ଣ୍ଣିମା ଦିନ ଜଳଜଳା ଯାଉଥିଲେ ତୀର୍ଥଯାତ୍ରୀ । ଏହି ସମୟରେ ଦୁର୍ଘଟଣା ଘଟିଥିବାବେଳେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ, କିନ୍ତୁ ପୋଲିସର କହିବା ଅନୁଯାୟୀ ଅଧିକ ବର୍ଷା ହେବା କାରଣରୁ ଗାଡି ପାହାଡ ତଳକୁ ଖସି ଯାଇଛି। ସ୍ଥାନୀୟ ପୋଲିସ ଅଧିକାରୀ ସୁନୀଲ ଥାପା କହିଛନ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।