ନୂଆଦିଲ୍ଲୀ: ସଂପ୍ରତି ଆମେରିକା ଓ ପାକିସ୍ତାନ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଛି । ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଆମେରିକା ଏଫ-୧୬ ଲଢୁଆ ବିମାନକୁ ଆହୁରିି ଶକ୍ତିଶାଳୀ କରିବାକୁ ୪୮୮ ମିଲିିୟନ ଡଲାରର ନୂଆ ଚୁକ୍ତିନାମାର ଘୋଷଣା କରିଛି । ଏହି ଚୁକ୍ତିନାମା ଆଧାରରେ ଆମେରିକା ବାୟୁସେନା ଏଫ-୧୬ ଲଢୁଆ ବିମାନର ରାଡାର ସିଷ୍ଟମକୁ ଲଙ୍ଗଟର୍ମ ଟେକ୍ନୋଲୋଜି ଏବଂ ଇଞ୍ଜିନିୟରିଂ ସପୋର୍ଟ ପ୍ରଦାନ କରିବ । ଏହି ପଦକ୍ଷେପକୁ ଆମେରିକାର ସହଯୋଗୀ ଦେଶଗୁଡିକ ମଧ୍ୟରେ ପାକିସ୍ତାନ ମଧ୍ୟ ସାମିଲ୍ । ଅର୍ଥାତ ପାକିସ୍ତାନର ଏଫ-୧୬ ଲଢୁଆ ବିମାନକୁ ଆମେରିକା ନୂତନ ଜ୍ଞାନ କୌଶଳ ପ୍ରଦାନ କରିବ ।
ଏହି ଚୁକ୍ତିନାମା ଆମେରିକାର ଫରେନ ମିଲିଟାରୀ ସେଲ୍ସ ପ୍ରୋଗ୍ରାମ ଆଧାରରେ ସହଯୋଗୀ ଦେଶଗୁଡିକ ପାଇଁ କରାଯାଇଛି । ଏହି ଡିଲରେ ପାକିସ୍ତାନ ବ୍ୟତୀତ ବାହାରିନ, ବେଲଜିୟମ, ଚିଲି, ଡେନମାର୍କ, ଇଜିପ୍ଟ, ଗ୍ରୀସ, ଇଣ୍ଡୋନେସିଆ, ଇରାକ, ଇସ୍ରାଏଲ, ଜୋର୍ଡାନ, ଦକ୍ଷିଣ କୋରିଆ, ମୋରକ୍କୋ, ନେଦରଲାଣ୍ଡ, ନରୱେ, ଓମାନ, ପୋଲାଣ୍ଡ, ପର୍ତ୍ତୁଗାଲ, ରୋମାନିଆ, ଥାଇଲାଣ୍ଡ ଓ ତୁର୍କୀଏ ସାମିଲ୍ ।
୨୦୪୦ ପର୍ଯ୍ୟନ୍ତ ବଢାଯିବ ପାକିସ୍ତାନୀ ଫାଇଟର ଜେଟର ଆୟୁ
ଆମେରିକାର ଏହି ଚୁକ୍ତିନାମାର ଉଦ୍ଦେଶ୍ୟ ପାକିସ୍ତାନର ଏଫ-୧୬ ବିମାନକୁ ଆଧୁନିକିକରଣ କରିବା । ଯଦ୍ୱାରା ବିମାନର ସର୍ଭିସ ଲାଇଫ ୨୦୪୦ ପର୍ଯ୍ୟନ୍ତ ବୃଦ୍ଧି କରିବା । ଏହା ସହିତ ଭବିଷ୍ୟତରେ ଆତଙ୍କବାଦୀ ନିରୋଧୀ ଅଭିଯାନ ପାଇଁ ଆମେରିକା ଓ ଅନ୍ୟ ସହଯୋଗୀ ବଳ ସହିତ ପାକିସ୍ତାନର ସମନ୍ୱୟ ମଜବୁତ କରିବା ।
Also Read: ଆମେରିକାକୁ ନୂତନ ଶାନ୍ତି ଆଲୋଚନା ପ୍ରସ୍ତାବ ଦେଲା ଇରାନ!