ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଏଥିପାଇଁ ବୋର୍ଡ ୱେବସାଇଟ୍ରେ ଉପଲବ୍ଧ ହେଲା ମାଟ୍ରିକ ଆଡମିଟ୍ କାର୍ଡ । ଏଣିକି ମାଟ୍ରିକ ପରୀକ୍ଷାର୍ଥୀମାନେ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ଏନେଇ ବୋର୍ଡ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ତେବେ ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୧୦ ହଜାର ୭୭୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରକ୍ଷା ଦେବା ଲାଗି ଆବେଦନ କରିଛନ୍ତି। ଏସ୍ଓଏସ୍ସି ପରୀକ୍ଷା ପାଇଁ ୭୮୩୧ ଜଣ ଓ ମଧ୍ୟମା ପରୀକ୍ଷା ପାଇଁ ୩ ହଜାର ୭୯୨ ଜଣ ଆବେଦନ କରିଥିବା ସୂଚନା ମିଳିଛି। ଏସବୁ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଥିବା ସୂଚନା ମିଳିଛି ।