ନୟାଗଡ: ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ନୟାଗଡ ସ୍ଥିତ ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ୫୦ ହଜାର ଟଙ୍କା ସହ ୧୫ଶହ ଗ୍ରାମର ନାକଚଣା ଓ ଚିତା ନେଇଗଲେ ଦୁର୍ବୃତ୍ତ ।
ସୂଚନା ଅନୁସାରେ ଆଜି ସକାଳୁ ବଡପଣ୍ଡା ମନ୍ଦିର ଖୋଲିବା ପରେ ତିନି ଠାକୁରଙ୍କ ଅଳଙ୍କାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ବଡପଣ୍ଡା ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ତେବେ ଖବର ପାଇ ଉପଜିଲ୍ଲାପାଳ ଓ ଅତିରିକ୍ତ ଏସପି ପହଂଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।
ତେବେ ଦୁର୍ବୃତ୍ତମାନେ ମନ୍ଦିରରୁ ହୁଣ୍ଡି ଭାଙ୍ଗି ୫୦ ହଜାର ଟଙ୍କା ,୧୫ଶହ ଗ୍ରାମର ନାକଚଣା,ଚିତା, ବଳଭଦ୍ରକଙ୍କ ରୁପା ନାଗମୂର୍ତ୍ତି, ଜଗନ୍ନାଥଙ୍କ ରୁପା କିରଟି, ନାକଚଣା ଓ ସୁଭଦ୍ରାଙ୍କ କିରଟି ଆଦି ଲୁଟି ନେଇଥିବା ଜଣାପଡିଛି । ଏହାସହ ମନ୍ଦିରର ରାତ୍ରି ଜଗୁଆଳି ଥାଇ ବି କିପରି ଚୋରି ହେଲା ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।