ଭୁବନେଶ୍ୱର: ରାଜ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢିଛି । ଗୁରୁବାର ରାଜ୍ୟ ବନ ବିଭାଗ ପକ୍ଷରୁ ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଛି । ଓଡିଶାରେ ମୋଟ୍ ୬୯୬ଟି କଲରାପତରିଆ ବାଘ ରହିଥିବା ସୂଚନା ମିଳିଛି । ଟ୍ରାପ କ୍ୟାମେରା ଦ୍ଵାରା ବାଘ ଗଣନା ହୋଇଛି । ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏ ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।
ଏନଟିସିଏ ରିପୋର୍ଟ ଅନୁସାରେ ୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ ଥିଲା । ୨୦୨୨ରେ ଏହି ସଂଖ୍ୟା ହ୍ରାସ ପାଇ ୫୬୮ରେ ପହଁଚିଥିଲା । ତେବେ ପୁନର୍ବାର ୨୦୨୪ରେ ଏହି ସଂଖ୍ୟା ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ଚଳିତ ଥର ନିଜସ୍ୱ କଲରାପତରିଆ ବାଘ ଗଣନା କରିଛି ବନ ବିଭାଗ ।