ନୟାଗଡ଼: ମହିଳାଙ୍କୁ ଫେଭର୍ ମାଗୁଥିବା ଖଣ୍ଡପଡ଼ା ଏସଡିପିଓଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏସଡିପିଓ ମଦନ ମୋହନ ପ୍ରଧାନଙ୍କୁ ବଦଳି କରାଯାଇଛି । ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଏସଡିପିଓଙ୍କୁ ବଦଳି । ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ଫତେଗଡ଼ ଥାନାରେ ଥିବା ଏକ ମାମଲାର ସମାଧାନ ପାଇଁ ପୀଡ଼ିତା ମହିଳା ଏସଡିପିଓଙ୍କ ନିକଟରେ ଫେରାଦ ଦେଇଥିଲେ । କିନ୍ତୁ ପୋଲିସ ବାବୁ ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କର ଶରୀର ସହିତ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏସଡିପିଓ ରାତି ଅଧରେ ମହିଳାଙ୍କୁ ଫୋନ୍ କରିବା ସହିତ ତାଙ୍କର ଅଶ୍ଳୀଳ ଫଟୋ ମାଗୁଥିଲେ । ଖାଲ ସେତିକି ନୁହେଁ ହୋଟେଲକୁ ମଧ୍ୟ ଡାକୁଥିଲେ । ଯଦି ନ ଆସିବ ତାହା ହେଲେ ସ୍ୱାମୀଙ୍କୁ ମିଛ ମାମଲାରେ ଫସାଇ ଦେବେ ବୋଲି ଧମକ ଦେଉଥିଲେ ଏସଡିପିଓ ।
ଏହା ପରେ ମହିଳା ଜଣକ ଉପାୟ ଶୂନ୍ୟ ହୋଇ ଶେଷରେ ପୁଣି ଥରେ ଥାନାକୁ ଯାଇଥିଲେ । ସେ ଫତେଗଡ଼ ଥାନାରେ ପ୍ରମାଣ ସହିତ ଏସଡିପିଓଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ।