କରଞ୍ଜିଆ: ବଙ୍ଗୋମୁଣ୍ଡା ରେଞ୍ଜ ଛତରଦାଣ୍ଡି ଜଙ୍ଗଲରେ ୩୦ ଟିକିଆ ହାତୀ ପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି। ୩୦ ଟିକିଆ ହାତୀ ପଲ ଚଳପ୍ରଚଳ କରୁଥିବା ବେଳେ ଗାଁକୁ ଗାଁ ଯାଇ ଘରଦ୍ୱାର ଭାଙ୍ଗୁଛନ୍ତି। ଛତର ଦାଣ୍ଡି ଜଙ୍ଗଲ ଓ ମହଖଣ୍ଡ ଗାଁ ଅଂଚଳରେ ଏହି ହାତୀପଲ ବୁଲାବୁଲି କରୁଥିବା ବେଳେ ଗାଁରେ ପଶି ଘର ଭାଙ୍ଗିବା ସହ ଚାଷ ନଷ୍ଟ କରୁଛନ୍ତି। ଗତ ରାତିରେ ତୁରେକେଲା ବ୍ଲକ ସାନବାଙ୍କି ଗ୍ରାମର ଜଣେ ମହିଳାଙ୍କୁ ହାତୀ ଘର ଭିତରୁ ଟାଣି ନେଇ ଦଳିଦେଇଛି। ମୃତ ମହିଳା ଜଣକ ହେଉଛନ୍ତି ସାନବାଙ୍କି ଗାଁର ମନ୍ଦାର ପୁଟେଲ ବୋଲି ଜଣାପଡିଛି।
ହାତୀ ଆକ୍ରମଣରେ ଦୁଇ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ଗୁରୁତର ୨ ଜଣ ହେଉଛନ୍ତି ମୃତ ମହିଳାଙ୍କ ମହିଳାଙ୍କ ଶ୍ବଶୁର ଓ ସ୍ୱାମୀ। ଅନ୍ୟପଟେ ମୃତକଙ୍କ ୩ ଛୁଆ ଥିବାରୁ ମହିଳାଙ୍କ ମୃତ୍ୟୁ ପରେ ସେମାନେ ଅସହାୟ ହୋଇପଡ଼ିଛନ୍ତି। ଫଳରେ ଅଞ୍ଚଳବାସୀ କ୍ଷତିପୂରଣ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।
ଘଟଣାସ୍ଥଳରେ ତୁରେକେଲା ପୁଲିସ ଓ ବଙ୍ଗୋମୁଣ୍ଡା ରେଞ୍ଜର ଅଧିକାରୀ ମାନେ ପହଁଚି ତଦନ୍ତ କରୁଛନ୍ତି। ଗତ କିଛି ଦିନ ହେବ ଏହି ଅଞ୍ଚଳରେ ହାତୀ ପଲ ଉତ୍ପାତ କରିବା ସହ ଲୋକଙ୍କ ଘରଦ୍ୱାର ଭାଙ୍ଗି ପକାଉଛନ୍ତି। ଅନ୍ୟ ପକ୍ଷରେ ଏ ନେଇ ବନ ବିଭାଗର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଅଧିକ ପଢନ୍ତୁ: ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର; ଅବଧି ସରିନାହିଁ, ହେଲେ ରାସ୍ତାକଡ଼ରେ ଫିଙ୍ଗିଦେଲେ ଶହଶହ ସରକାରୀ