ନୂଆଦିଲ୍ଲୀ: ଭାରତରେ ଆଗାମୀ ଟି-୨୦ ବିଶ୍ଵକପର ପ୍ରସାରଣ ଜିଓଷ୍ଟାରରେ ହେବନି। କାରଣ ଜିଓଷ୍ଟାର ଆଇସିସି ସହ ଭାରତରେ ପ୍ରସାରଣ ଚୁକ୍ତିନାମାରୁ ଓହରିବ। କ୍ରିକେଟ୍ ପ୍ରେମୀ ମ୍ୟାଚ୍ ଦେଖି ପାରିବେନି। ଗତ କିଛି ଦିନ ତଳେ କିଛି ଏମିତି ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ କ୍ରିକେଟ୍ ପ୍ରେମୀ ସହ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହା ମଧ୍ୟରେ ଏବେ ଆଇସିସି ଓ ଜିଓଷ୍ଟାର ପକ୍ଷରୁ ବୟାନ ସାମ୍ନାକୁ ଆସିଛି। ଏସବୁ ଖବର ଗୁଜବ ଏବଂ ଭିତ୍ତିହୀନ ବୋଲି ଉଭୟ ଜିଓଷ୍ଟାର ଓ ଆଇସିସି ପକ୍ଷରୁ କୁହାଯାଇଛି।
ଉଲ୍ଲେଖନି୍ୟ ଗୁଜବ ପ୍ରଚାରିତ ହୋଇଥିଲା ଯେ ଜିଓଷ୍ଟାର ୨୦୨୭ ପର୍ଯ୍ୟନ୍ତ ପ୍ରସାରଣ ଚୁକ୍ତିକୁ ସମାପ୍ତ କରିଛି। ଏହାର ଅର୍ଥ ହେଉଛି ଯେ ଭାରତୀୟ ପ୍ରଶଂସକମାନେ T20 ବିଶ୍ୱକପ୍ ୨୦୨୬ ମ୍ୟାଚ୍ ଲାଇଭ୍ ସହଜରେ ଦେଖିପାରିବେ ନାହିଁ। କିନ୍ତୁ ଏସବୁ ଖବର ମିଛ ଏବଂ ଗୁଜବ ବୋଲି ଜଣା ପଡ଼ିଛି। ICC ଏବଂ JioStar ଏକ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ ଦୁଇ କମ୍ପାନୀ ମଧ୍ୟରେ ପ୍ରସାରଣ ଚୁକ୍ତି ସମାପ୍ତ ହୋଇନାହିଁ ଏବଂ JioStar ଭାରତରେ ICCର ସରକାରୀ ମିଡିଆ ପାର୍ଟନର ରହିଛି।
ବିବୃତ୍ତିରେ ଆହୁରି କୁହାଯାଇଛି ଯେ JioStar ଏହାର ସମସ୍ତ ଚୁକ୍ତିଗତ ଦାୟିତ୍ୱ ପୂରଣ କରିବାକୁ ପ୍ରତିବଦ୍ଧ। ଭାରତରେ ଆଗାମୀ ଆଇସିସି ଇଭେଣ୍ଟଗୁଡ଼ିକର ପ୍ରସାରଣ ଜାରି ରଖିବ, ଯେଉଁଥିରେ ଟି-୨୦ ବିଶ୍ୱକପ୍ ୨୦୨୬ ମଧ୍ୟ ସାମିଲ। ମିଡିଆ ରିପୋର୍ଟ ଅନୁଯାୟୀ, ଜିଓଷ୍ଟାର ଏବଂ ଆଇସିସି ମଧ୍ୟରେ ଚୁକ୍ତି ୨୦୨୭ ପର୍ଯ୍ୟନ୍ତ ଚାଲିବ।
ଘଟଣା କଣ ?
ନିକଟରେ, ଖବର ପ୍ରକାଶ ପାଇଥିଲା ଯେ ଆର୍ଥିକ କ୍ଷତି ଯୋଗୁଁ ଜିଓ ଷ୍ଟାର ଟି-୨୦ ବିଶ୍ୱକପ୍ ୨୦୨୬ ଏବଂ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ଗୁଡ଼ିକର ପ୍ରସାରଣ କରିବାକୁ ମନା କରିଦେଇଛି। ଜିଓଷ୍ଟାର କୋଟି କୋଟି ଟଙ୍କାର କ୍ଷତି କରିଥିବା ଖବର ପ୍ରକାଶ ପାଇଥିଲା। ଏପରି ମଧ୍ୟ ଖବର ଆସିଥିଲା ଯେ, ଆଇସିସି ବିଶ୍ୱକପ୍ ୨୦୨୬ ପାଇଁ ଏକ ନୂତନ ମିଡିଆ ପାର୍ଟନର ଖୋଜିବା ଆରମ୍ଭ କରି ଦେଇଛି। ଏଥିପାଇଁ ୨.୪ ବିଲିୟନ ଡଲାର ଦାବି କରିଛି। ସୋନି ସ୍ପୋର୍ଟସ୍ ନେଟୱାର୍କ, ନେଟୱାର୍କ ଏବଂ ଆମାଜନ ପ୍ରାଇମ୍ ଭିଡିଓ ଅଧିକ ମୂଲ୍ୟ ହେତୁ ପ୍ରସାରଣ ଅଧିକାର ପାଇଁ ରୁଚି ପ୍ରକାଶ କରୁ ନ ଥିବା ଖବର ମଧ୍ୟ ପ୍ରସାର ହୋଇଥିଲା। କିନ୍ତୁ, ଏସବୁ ରିପୋର୍ଟଗୁଡ଼ିକ ମିଥ୍ୟା ବୋଲି ଜଣାପଡ଼ିଛି।
Also read: ୨୦ ଛକା, ୩୧ ଚୌକା, ବୈଭବ ସୂର୍ଯ୍ୟବଂଶୀ ମାରିଲେ ୧୭୧ରନ, ଭାରତର ସ୍କୋର ୪୩୩