କଟକ: ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଚାଉଳକୁ ହଡ଼ପ କରୁଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । ଆଜି ମଧ୍ୟ ଚାଉଳ ହଡ଼ପ କରିବାବେଳେ ଧରିଛନ୍ତି ଗ୍ରାମବାସୀ । କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଛଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।
ଶୁକ୍ରବାର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିଥିଲେ । ଏହା ପରେ ନିଜ କାରରେ ମଧ୍ୟାହ୍ନ ଚାଉଳ ନେଉଥିବାବେଳେ ଗ୍ରାମବାସୀ ମାଡ଼ି ବସିଛନ୍ତି । କାର୍ ଭିତରୁ ୫ ବସ୍ତା ମଧ୍ୟାହ୍ନ ଚାଉଳ ମିଳିଛି । ପ୍ରଧାନ ଶିକ୍ଷୟିତ୍ରୀ ଚାଉଳ ଚୋରି କରି ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଏ ନେଇ ପୋଲିସକୁ ଖବର ଦେଇଛନ୍ତି । ପୋଲିସ ଟିମ୍ ପହଁଚିବା ପରେ ଗାଁ ଲୋକେ ଉକ୍ତ କାର୍କୁ ପୋଲିସ ଜିମା ଦେଇଛନ୍ତି ।