ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ପ୍ରାପ୍ତ ହୋଇଛି ।
ପ୍ରାଥମିକ ସୂଚନା ମୁତାବକ, ଗତକାଲି ବାପା ମାଆ ଘରେ ନ ଥିବାବେଳେ ନାବାଳିକାଟି ଘରେ ଏକୁଟିଆ ଥିଲେ । ଏହି ସମୟରେ ଘର ମାଲିକର ଝିଅଟି ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ । ଏକୁଟିଆ ଦେଖି ନାବାଳିକାକୁ ଦୁଷ୍କର୍ମ କରିଥିଲେ । ବାପା ମାଆ ଘରକୁ ଫେରିବା ପରେ ତୁରନ୍ତ ଝିଅକୁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ପୀଡ଼ିତା ଜଣକ ଏବେବି ଚିକିତ୍ସାଧୀନ ଅଛନ୍ତି । ଏହା ସହିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମହିଳା ଥାନା ପୋଲିସ ମାମଲାକୁ ପରିଚାଳନା କରୁଥିବାବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି ।
ରାଜ୍ୟ ମହିଳା ଆୟୋଗ ସଦସ୍ୟା ଉର୍ମିଳା ମହାପାତ୍ର ପୀଡ଼ିତାକୁ ମେଡ଼ିକାଲରେ ଭେଟିଛନ୍ତି । ସରକାର ଏଥିପ୍ରତି ଯତ୍ନଶୀଳ ଏବଂ ସମ୍ବେଦନଶୀଳ ଅଛନ୍ତି । ଦୋଷୀ ଯିଏ ବି ଥାଉ ତାକୁ ଘଣ୍ଟ ଘୋଡ଼ା ଯିବ ନାହିଁ । ଆଇନରୁ ଉର୍ଦ୍ଧ୍ୱରେ କେହି ନୁହଁନ୍ତି । ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ମହିଳା ଆୟୋଗ ସଦସ୍ୟା ପ୍ରତିକ୍ରିୟା ରଖିଛନ୍ତି ।